ବିମାନରୁ ଓହ୍ଲାଇବା ବେଳେ କିଏ ଧକ୍କା ଦେଲା ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ। କିଏ ତାଙ୍କ ଗାଲରେ ହାତ ବୁଲାଇଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ସମସ୍ତଙ୍କ ସାମ୍ନାରେ ତାଙ୍କ ପତ୍ନୀ ଚାପୁଡ଼ା ମାରିଥିବାର ଭିଡିଓ ଭାଇରାଲ ହୋଇଛି। ଏସିଆ ଗସ୍ତରେ ଥିବା ଇମାନୁଏଲ ଭିଏତନାମ ପହଞ୍ଚିବା ପରେ ଏଭଳି ଏକ ଘଟଣା ସମସ୍ତଙ୍କ ସାମ୍ନାରେ ଘଟିଛି। ଯାହା ଚର୍ଚ୍ଚାର ବିଷୟ ସାଜିଛି। ବିମାନରୁ ଓହ୍ଲାଇବାର ଅବ୍ୟବହିତ ଆଗରୁ ତାଙ୍କ ପତ୍ନୀ ତାଙ୍କୁ ଚାପୁଡା ମାରିଥିବାର ଭିଡ଼ିଓ ଭାଇରାଲ ହୋଇଛି। ଏସିଆ ଗସ୍ତରେ ଥିବା ଇମାନୁଏଲ ଭିଏତନାମ, ସିଙ୍ଗାପୁର ଓ ଇଣ୍ଡୋନେସିଆ ଗସ୍ତ କରିବେ। ରବିବାର ସଂଧ୍ୟାରେ ଇମାନୁଏଲ ପତ୍ନୀ ବ୍ରିଗିଟ୍ ମାକ୍ରୋନଙ୍କ ସହ ଭିଏତନାମ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ପତ୍ନୀ ତାଙ୍କଠୁ ୨୪ ବର୍ଷ ବଡ଼। ବିମାନର ଦୁଆର ଖୋଲିବା ବେଳେ ବ୍ରିଗିଟଙ୍କ ହାତ ବାହାରେ ଦେଖାଯାଇଥିଲା। ରାଷ୍ଟ୍ରପତିଙ୍କ ଚେହେରାରେ ତାଙ୍କର ଦୁଇ ହାତ ଥିଲା ଓ ସେ ତାଙ୍କୁ ଧକ୍କା ମାରୁଥିବାର ଦେଖାଯାଇଥିଲା। ଷ୍ଟାଫ୍ ବି ଏହା ଦେଖି ଚମକି ପଡ଼ିଥିଲେ। ଏହା ପରେ ଇମାନୁଏଲ କିଛି କ୍ଷଣ ଲାଗି ଚମକି ପଡ଼ିଥିଲେ। ଆଉ ତୁରନ୍ତ ସତର୍କ ହୋଇ ସ୍ୱାଗତ ଲାଗି ପ୍ରସ୍ତୁତ ହୋଇଥିଲେ। ତେବେ ଗୁଜବକୁ ଅଧିକ ଖୋରାକ୍ ସେତେବେଳେ ମିଳିଥିଲା, ଯେତେବେଳେ ବିମାନରୁ ଓହ୍ଲାଇବା ବେଳେ ପତ୍ନୀ ତାଙ୍କ ହାତ ଧରିବାକୁ ମନା କରିଦେଲେ। ତେବେ ମାମଲା ଜଟିଳ ହେଉଥିବା ଦେଖି ରାଷ୍ଟ୍ରପତିଙ୍କ ଅଫିସ ଏ ନେଇ ସ୍ପଷ୍ଟିକରଣ ଜାରି କରିଛି। ଏହା ଦମ୍ପତ୍ତିଙ୍କ ଭିତରେ ଏକ ଅନ୍ତରୀଣ ମୂହୂର୍ତ୍ତ ଥିଲା। ଭିଏତନାମ ପହଞ୍ଚିବା ପୂର୍ବରୁ ଦୁହେଁ ଆରାମ କରିଥିଲେ। ପରସ୍ପରକୁ ଥଟ୍ଟା ମଜାକରେ ଚିଡ଼ାଉଥିଲେ। କିନ୍ତୁ ଏଭଳି ଭିଡ଼ିଓ ଭାଇରାଲ କରି ରାଷ୍ଟ୍ରପତିଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now