ରାସ୍ତା ପାର ହୋଇଯାଉଛି ମହାବାଳ ବାଘ

Spread the love

ବାଘ ନାଁ ଶୁଣିଲେ ଦେହ ଶୀତେଇ ଯାଏ। ସେ ପୁଣି ମହାବାଳ ବାଘ। ରାସ୍ତା ପାର ହୋଇଯାଉଛି ଏହି ମହାବାଳ ବାଘ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇ ଲୋକଙ୍କ ମନ ଜିଣିପାରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ବ୍ରହ୍ମପୁରୀ କସବେଠାରୁ ୪ କିଲୋମିଟର ଦୂରରେ। ଜଙ୍ଗଲରୁ ବାହାରି ରାସ୍ତା ପାର କରୁଛି ଏହି ମହାବାଳ ବାଘ।
ତେବେ ବାଘଟି ଯିବାବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଲୋକ ଭିଡ ଜମାଇ ଠିଆ ହୋଇ ଦେଖୁଥିଲେ। ଠିକ ଏତିକିବେଳେ ଜଣେ ବାଇକ ଚାଳକ ଯାଉଥିବା ବେଳେ କିଛି ସମୟ ପାଇଁ ଗାଡିକୁ ଅଟକାଇଥିଲେ। ବାଘ ଯାଉଥିବାର ଭିଡିଓ କରିଥିଲେ। କିଛି ଲୋକ ଏମିତି ବି କହିଛନ୍ତି କି ବାଘ କଣ ମଣିଷ ଭଳି ରାସ୍ତା ପାର କରୁଛି। ଏହି ଭିଡିଓକୁ ଦେଖିଲେ ଆପଣ ଜାଣିପାରିବେ ଯେ ମହାବାଳ ବାଘ କିପରି ଜଙ୍ଗଲରୁ ବାହାରୁଛି। ଓ ପରେ ଚାଲି ଚାଲି ରାସ୍ତା ପାର କରୁଛି।
– ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *