ଜମ୍ମୁକାଶ୍ମୀର ରେ ଏବେ ପ୍ରବଳ ତୃଷାରପାତ ପଡ଼ୁଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ।ହେଲେ ଏହା ଲୋକଙ୍କ ପାଇଁ ଏବେ ସମସ୍ୟା ଉପୁଯାଇଛି । ତୃଷାରପାତ ପାଇଁ ଗାଡ଼ି ଖସିବା ଘଟଣା ବଢିଯାଇଛି ।ଫଳରେ ଦୁର୍ଘଟଣା ଅଧିକ ଦେଖାଯାଉଛି।ତେଣୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ରାସ୍ତାରେ ଯାତାୟାତ ବନ୍ଦ କରିଦେଇଛନ୍ତି ।ଜମ୍ମୁ କାଶ୍ମୀର ବଡ଼ଗ୍ରାମରେ ଏବେ ଲୋକ ମାନେ ଯାତାୟାତ କରିବା ପାଇଁ ସଂଘର୍ଷ କରୁଛନ୍ତି । ତୃଷାର ଯୋଗୁଁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ପହଞ୍ଚଥିଲେ ।କିନ୍ତୁ ସେମାନଙ୍କର ଗାଡ଼ି ବରଫରେ ଫସିକି ଅଛି । ଏହିକାରଣ ରୁ ଅନେକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ।ରାସ୍ତାରେ ବରଫ ପଡ଼ିଥିବା ଯୋଗୁଁ ଟାୟାର ଖସୁଛି ଏବଂ ଯାତ୍ରୀ ମାନେ ମଧ୍ୟ ଖସୁଛନ୍ତି ।ଯାହାର ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି ।ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ପାରଦ କମ ରହିଛି । ୧୨ ଡିସେମ୍ବର ପର୍ଯ୍ୟନ୍ତ ହାଲୁକା ବର୍ଷା ସହିତ ତୁଷାରପାତ ମଧ୍ୟ ହେବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now