ଲାଲୁଙ୍କ ଜନ୍ମଦିନ: ଭିଡିଓକଲରେ ତେଜପ୍ରତାପଙ୍କ ଶୁଭେଛା- ଜିତନଙ୍କ ଏକେ-୪୭ କଟାକ୍ଷ

ଲାଲୁଙ୍କ ଜନ୍ମଦିନରେ ଶୁଭେଛା ଜଣାଇଲେ ବଡ଼ ପୁଅ ତେଜପ୍ରତାପ। ବାପା ଲାଲୁଙ୍କୁ ଭିଡ଼ିଓ କଲ କରି ବାର୍ଥ-ଡେ ଓ୍ୱିସ୍ ଜଣାଇଛନ୍ତି ତେଜପ୍ରତାପ। ଆଉ ଭାବପ୍ରବଣତାର ପୋଷ୍ଟ କରିଛନ୍ତି। ଅନ୍ଧାର ଯେତିକି ଗହନ ହେବ, ସକାଳ ସେତିକି ପାଖେଇ ଆସିବ। ତେଜପ୍ରତାପ କିଛି ଦିନ ତଳେ ଅନୁଷ୍କା ଯାଦବଙ୍କ ସହ ନିଜର ସମ୍ପର୍କକୁ ନେଇ ଫେସବୁକ ପୋଷ୍ଟ କରିଥିଲେ। ଅନୁଷ୍କାଙ୍କ ସହ ୧୨ ବର୍ଷ ଧରି ସମ୍ପର୍କରେ ଥିବା କହିଥିଲେ। ଏହି ପୋଷ୍ଟକୁ କେନ୍ଦ୍ର କରି ବଡ଼ ପୁଅ ତେଜପ୍ରତାପଙ୍କୁ ପରିବାରରୁ ବେଦଖଲ ସହ ଦଳରୁ ବି ୬ ବର୍ଷ ଯାଏ ବହିଷ୍କାର କରିଥିଲେ ଲାଲୁ। ସେପଟେ ଲାଲୁଙ୍କ ଜନ୍ମଦିନକୁ ଯେତିକି ଧୁମଧାମରେ ପାଳନ ହୋଇଛି। ସେତିକି ଜନ୍ମଦିନର ଶୁଭେଛା ଆଳରେ ରାଜନୀତି ବି ତେଜ୍ ହୋଇଛି। ଲାଲୁଙ୍କ ୭୮ ତମ ଜନ୍ମଦିନରେ ୭୮କିଲୋର ଲଡ଼ୁ ନେଇ ଭେଟି ଦେଇଛନ୍ତି କାର୍ଯ୍ୟକର୍ତ୍ତା। ଆଉ ଏହି ୭୮ କିଲୋର ଲଡ଼ୁକୁ ପାରମ୍ପରିକ ଅନ୍ଦାଜରେ ଖଣ୍ଡାରେ କାଟିଥିଲେ ଲାଲୁ। ଆରଜେଡିର ରାଷ୍ଟ୍ରୀୟ ମହାସଚିବ ଅନୀଲ କୁମାର ୭୮ପ୍ରକାର ଫଳର ବୋଝ ନେଇ ଉପହାର ଦେଇଛନ୍ତି। ଆରଜେଡି ଲାଲୁଙ୍କ ଜନ୍ମଦିନକୁ ସାମାଜିକ ସଦ୍ଭାବନା ଦିବସ ଭାବେ ପାଳିଆସୁଛି। ଦଳୀୟ ଅଫିସରେ ବି ୩୫ କିଲୋର କେକ୍ କଟାଯାଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆରଜେଡିର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁଙ୍କ ନିଆରା ଶୈଳୀ ଓ ରାଜନୀତିକ ଗୋଟିଚାଳନା ଦେଶରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଲାଲୁଙ୍କୁ ଜନ୍ମଦିନର ଶୁଭେଛା ନିଆରା ଅନ୍ଦାଜରେ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତନରାମ ମାଞ୍ଝି। ନିଜ ସଂସ୍କୃତିରେ ପରିବର୍ତ୍ତନ ଆଣିବାକୁ ଲାଲୁଙ୍କୁ ପରାମର୍ଶ ଦେଇ ଜିତନ କହିଛନ୍ତି, ଏହି ବୟସରେ ତଲଓ୍ୱାରରେ କେକ୍ କାଟି ସମାଜକୁ କି ସନ୍ଦେଶ ଦେଉଛନ୍ତି। ବାଡ଼ିରେ ତେଲ ଲଗାଇ ସମାଜକୁ ବାଣ୍ଟିବା ଭଳି ବ୍ୟବହାରରେ ପରିବର୍ତ୍ତନ ଆସିପାରିବନି। ଆଜି ଯେହେତୁ ସରକାରରେ ନାହାନ୍ତି, ସେଥିଲାଗି ସାହେବ ତଲଓ୍ୱାରରେ କେକ୍ କାଟୁଛନ୍ତି। ଭୁଲରେ ପୁଅ କ୍ଷମତା ଚୌକି ହାତେଇଲେ, ସେ ଏକ-୪୭ରେ କେକକୁ ଉଡ଼ାଇବେ। ଲାଲୁଙ୍କୁ ଏବେ ବୁଝିବାକୁ ପଡ଼ିବ ଯେ, ଏବେ ବିହାରରେ ବାଡ଼ି ଓ ଖଣ୍ଡାର ଯୁଗ ସମାପ୍ତ ହୋଇସାରିିଛି। ହତିଆର ଦମରେ ବିହାରର ଜନତାକୁ ନା ଭୟଭୀତ କରିହେବ ନା ନରସଂହାର କରିହେବ। ଏବେ ବିବାର ବଦଳିସାରିଛି। ଏଠାରେ ହିଂସାର ସଂସ୍କୃତି ଲାଗି କୌଣସି ଜାଗା ନାହିଁ। ଲାଲୁ ଭୁଲିବା କଥା ନୁହେଁ ଯେ, ବିହାରର ଜନକା ତାଙ୍କୁ ୨୦ ବର୍ଷ ଧରି ବିରୋଧୀ ଆସନରେ ବସାଇଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *