ରିଲ୍ସ ଚକ୍କରରେ ସ୍ୱାମୀ ବିରୁଦ୍ଧରେ ଥାନାରେ ପତ୍ନୀ

ରିଲ୍ସ ପାଇଁ ସ୍ୱାମୀଙ୍କ ନାଁରେ ଏତଲା ଦେଲେ ପତ୍ନୀ। ଇନଷ୍ଟାଗ୍ରାମରେ ମାତ୍ର ୨ଜଣ ଫଲୋଅର କମିଗଲେ ବୋଲି ପତ୍ନୀଙ୍କ ପାରା ଚଢ଼ିଯାଇଥିଲା। ୟୁପିର ହାପୁଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ତାଙ୍କୁ ସହିପାରୁନାହାନ୍ତି। ସୋସିଆଲ ମିଡିଆରେ ସକ୍ରିୟ ହେତୁ ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ଆରୋପ ଲଦିଛନ୍ତି ପତ୍ନୀ। ଜୋର ଜବରଦସ୍ତି ବାସନ ଧୋଇବାକୁ କହୁଛନ୍ତି। ଅବଶ୍ୟ ଥାନାରେ ଏ ମାମଲାକୁ ତୁଟାଇଛି ପୁଲିସ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆପୋଷ ମିଳାମିଶା କରିଦେଇଛି। ପତ୍ନୀଙ୍କ ଇନଷ୍ଟାଗ୍ରାମରେ ୬୩୫ ଫଲୋଅର ଅଛନ୍ତି। ଏହା ପୂର୍ବରୁ ଗ୍ରେଟର ନୋଏଡ଼ାର ବ୍ୟକ୍ତି ଜଣକ ମହିଳା ଥାନାରେ ନିଜ ପତ୍ନୀଙ୍କ ବିରୁଦ୍ଧରେ ଫେରାଦ୍ ହୋଇଥିଲେ। ପତ୍ନୀ ସବୁବେଳେ ସୋସିଆଲ ମିିଡିଆ ପ୍ଲାଟଫର୍ମରେ ଆକ୍ଚିଭ ରହୁଛନ୍ତି। ରିଲ୍ସ କରି ସୋସିଆଲ ମିଡିଆରେ ପକାଉଛନ୍ତି। ଏହାକୁ ବିରୋଧ କଲେ ଥାନାରେ ଯୌତୁକ ନିର୍ଯ୍ୟାତନାର କେସ୍ ଠୁଙ୍କିଦେବି ବୋଲି ଧମକ ଦେଉଛନ୍ତି। ପତ୍ନୀ କହୁଛନ୍ତି, ରୋଷେଇ ଘରେ ବାସନକୁସନ ଧୋଇବାକୁ ସ୍ୱାମୀ ବାଧ୍ୟ କରିବାରୁ ତାଙ୍କର ୨ଜଣ ଫଲୋଅର କମିଗଲେ। କାରଣ ସେ ସଠିକ ସମୟରେ ରିଲ୍ସ ଅପଲୋଡ କରିପାରୁନାହାନ୍ତି। ତାଙ୍କୁ ରିଲ୍ସ କରିବାର ଅଛି ଓ ନିଜର ଫଲୋଅର ବଢ଼ାଇବାର ଅଛି। ପୁଲିସ ଅବଶ୍ୟ ବୁଝାଇଛି, ପରିବାର, ସମାଜ ଓ ସାଧାରଣ ଜୀବନରେ ସୋସିଆଲ ମିିଡିଆ ବ୍ୟତୀତ ଅନ୍ୟ ଦାୟିତ୍ୱ ବି ଅଛି। କିନ୍ତୁ ଥାନାରୁ ବୁଝିଲା ପରେ ବି ପତ୍ନୀ କହିିଥିଲେ, ସେ ଦୈନିକ ଦୁଇଟି ରିଲ୍ସ କରି ସୋସିଆଲ ମିଡିଆରେ ପକାଇବେ। ଆଉ ଏଥିରେ ସ୍ୱାମୀ ଜଣକ ବି ସହମତି ପ୍ରକାଶ କରିଛନ୍ତି। କିଚେନ ଓ କଣ୍ଟେଣ୍ଟର ଏଭଳି ଫାଇଟକୁ ଦେଖି ସମସ୍ତେ ତାଜୁବ୍‌।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *