୭୩ ବର୍ଷ ବୟସର ବିଧାୟକ। କିନ୍ତୁ ୩୦ ବର୍ଷର ଯୁବକର ପାଦ ଛୁଇଁଲେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମଧ୍ୟପ୍ରଦେଶର ଶିବପୁରୀର ବିଧାୟକ ଦେବେନ୍ଦ୍ର ଜୈନ। ବୟସ ୭୩। ହେଲେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହାନାର୍ଯ୍ୟମନ ସିନ୍ଧିଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେବାର ଭିଡ଼ିଓ ଏବେ ଜୋରଦାର ଭାଇରାଲ ହୋଇଛି। କହିବାକୁ ଗଲେ, ବଡ଼ଙ୍କ ଆଶୀର୍ବାଦ ନିଆଯାଏ। କିନ୍ତୁ ଏଠାରେ ଓଲଟା ଘଟିଲା। ଜାନୁଆରୀ ୫ରେ ଶିବପୁରୀ ବିଧାୟକ ଦେବେନ୍ଦ୍ରଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ସେ ଏକ ଖେଳ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯେଉଁଥିରେ ମହାନ ଆର୍ଯ୍ୟମନ ସିନ୍ଧିଆ ମୁଖ୍ୟ ଅତିଥି ଭାବେ ପହଞ୍ଚିଥିଲେ। ମଞ୍ଚ ଉପରେ କେକ୍ କଟା ଉତ୍ସବ ଚାଲିଥିଲା। ମହାନ ଆର୍ଯ୍ୟମନ ବିଧାୟକଙ୍କୁ ନିଜ ହାତରେ କେକ୍ ଖୁଆଇ ଦେଇଥିଲେ। ଏହାର ତୁରନ୍ତ ପରେ ସମ୍ମାନ ଓ ରାଜନୀତିର ଅଜବ ମେଳ ଦେଖିବାକୁ ମିଳିଥିଲା। ସିନ୍ଧିଆଙ୍କ ପାଦ ଛୁଇଁ ତାଙ୍କଠୁ ଆଶୀର୍ବାଦ ଗ୍ରହଣ କରିଥିଲେ ଦେବେନ୍ଦ୍ର। ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ପରେ ଏହା ସମ୍ମାନ ନା ବାଧ୍ୟବାଧକତା ବୋଲି ପ୍ରଶ୍ନ ଉଠୁଛି। ଲୋକଙ୍କ କହିବା କଥା, ବୟସ, ଅନୁଭବ ବା ଯୋଗ୍ୟତାରେ ଯିଏ ଶ୍ରେଷ୍ଠ, ତାଙ୍କୁ ସମ୍ମାନ ଦିଆଯାଏ। କିନ୍ତୁ ରାଜନୀତିରେ ବୋଧ ଚାଟୁକାରିତା ଓ ବଂଶବାଦ ସବୁଠୁ ଉପରେ। ଏହା ଏକପ୍ରକାର ଗୁଲାମୀ ମାନସିକତା। ୩୦ ବର୍ଷର ଯୁବକଙ୍କ ପାଦ ଛୁଇଁ ବୟସ୍କ ବିଧାୟକଙ୍କ ଏଭଳି ଆଚରଣ ଦର୍ଶାଉଛି ଯେ, ରାଜନୀତିରେ ପଦ ଓ ଗାରିମା କେମିତି ବଦଳିଯାଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now