ଅବିଭାଗିକୃତ

ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଏକାଦଶାହରେ ଯୋଗ ଦେଲେ ଜେପି ନଡ୍ଡା

ଭଦ୍ରକ: ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଏକାଦଶାହରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭଦ୍ରକ ତିହିଡି କଲେଜ ପରିସରରେ ଆୟୋଜିତ ସ୍ମତିଚାରଣ ସଭାରେ ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ମଙ୍ଗରାଜପୁର ଗାଁରେ ସ୍ୱର୍ଗତ ସେଠୀଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି ନଡ୍ଡା। ତାଙ୍କର ଅକାଳ ବିୟୋଗ ପ୍ରଦେଶ ଓ ପାର୍ଟି ପାଇଁ ବଡ଼ କ୍ଷତି ବୋଲି କହିଛନ୍ତି ନଡ୍ଡା। ଧାମନଗର ବିକାଶ ପାଇଁ ତାଙ୍କର ସ୍ୱପ୍ନ ଅଧୁରା ରହିଗଲା। ଆଉ ଏହାକୁ ପୁରା କରିବା ଓ ବିଷ୍ଣୁଙ୍କ ବିଚାରଧାରାରେ ଏହାକୁ ଆଗେଇ ନେବାକୁ ପଡ଼ିବ ବୋଲି କହିଛନ୍ତି କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା। ସବୁ ବର୍ଗର ସହ ଖଟା ମିଠା ସମ୍ପର୍କ ଭିତରେ ହୃଦୟରେ ସମସ୍ତଙ୍କୁ ଆପଣାର କରିବାର ବିଷ୍ଣୁଙ୍କ ପାଖରେ ଯେଉଁ ନିଆରା କଳା ଥିଲା, ତାକୁ ମନେପକାଇଛନ୍ତି ମଞ୍ଚାସୀନ ନେତାଏ।

ଏହି ଅବସରରେ ବିଷ୍ଣୁଙ୍କ ସ୍ମୃତିରେ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା। ବିଷ୍ଣୁଙ୍କ ପରଲୋକ ପରେ ପରେ ଧାମନଗର ଆସନ ଖାଲି ହେଲା ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି। ସେପଟେ ଧାମନଗରରୁ ବିଷ୍ଣୁଙ୍କ ପରିବାରରୁ କାହାକୁ ଦଳ ପ୍ରାର୍ଥୀ କରିବ ନା ବାହାରୁ, ତାକୁ ନେଇ କଳ୍ପନାଜଳ୍ପନା ବି ଆରମ୍ଭ ହୋଇସାରିଛି।

ବିଷ୍ଣୁଙ୍କ ଅକାଳ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି। ଏବେ ଧାମନଗରରୁ କାହାକୁ ଦଳ ମୈଦାନକୁ ଓହ୍ଲାଇବ, ତାକୁ ନେଇ ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି।

Related Articles

Leave a Reply

Your email address will not be published.

Back to top button