ଜାତୀୟ

ସରକାରଙ୍କ ପ୍ରତି ଦେଶର ସାଧାରଣ ନାଗରିକଙ୍କ ବିଶ୍ଵାସ ବଢିଛି- ପୁରୁଷୋତମ ରୂପାଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତି ଉପଲକ୍ଷେ କେନ୍ଦ୍ରୀୟ ମତ୍ସ୍ୟ ପାଳନ, ପଶୁପାଳନ ମନ୍ତ୍ରୀ ପୁରୁଷୋତମ ରୂପାଲା କହିଛନ୍ତି ଯେ, ସମ୍ପ୍ରତି ଯେଉଁ ଗତିରେ ଭିତିଭୂତି ବିକାଶ କାର୍ଯ୍ୟ ଚାଲିଛି, ସାରା ବିଶ୍ଵରେ ଏନେଇ ଚର୍ଚ୍ଚା ଲାଗିରହିଛି । ଭାରତୀୟଙ୍କୁ ଆଗରୁ ବିଶ୍ଵ ଯେଉଁ ଦୃଷ୍ଟିରେ ଦେଖୁଥିଲା ଆଜି ସେହି ଦୃଷ୍ଟିଭଙ୍ଗିରେ ସମ୍ପୂର୍ଣ୍ଣ ପରିବର୍ତନ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସରକାରଙ୍କ ପ୍ରତି ଦେଶର ସାଧାରଣ ନାଗରିକଙ୍କ ବିଶ୍ଵାସ ବଢିଛି । ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।

ମନ୍ତ୍ରୀ ପୁରୁଷୋତମ ରୂପାଲା କହିଛନ୍ତି ଯେ, ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏକ ଗେମ୍ – ଚେଞ୍ଜର୍ ସାବ୍ୟସ୍ତ ହୋଇଛି । ସରକାର ଦେଶର ନାଗରିକମାନଙ୍କ ଜୀବନ ଧାରଣର ମାନଦଣ୍ଡକୁ ବୃଦ୍ଧି ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶୃତିବଦ୍ଧ । ସୀମାବର୍ତି ଗ୍ରାମ ଗୁଡିକର ଲୋକମାନଙ୍କୁ ସଚେତନ କରିବା ପାଇଁ ଯେଉଁ ପ୍ରୟାସ କରାଯାଉଛି ତାହା ବିକାଶ ଦୃଷ୍ଟିକୋଣରୁ ପ୍ରମୁଖ ଅଟେ, ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏହା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ ।

Related Articles

Leave a Reply

Your email address will not be published.

Back to top button