ଜାତୀୟରାଜନୀତି

ରାହୁଲଙ୍କ ସାବରକର ବୟାନରେ ଖପ୍ପା ଉଦ୍ଧବ

ମୁମ୍ବାଇ: ସାବରଙ୍କରଙ୍କୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ପରେ ମୁହାଁମୁହିଁ ଉଦ୍ଧବ ଠାକରେ ଓ ରାହୁଲ ଗାନ୍ଧୀ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ରାହୁଲଙ୍କ ଚେତାବନୀ ଦେବାକୁ ପଛାଇ ନାହାନ୍ତି। ଫଳରେ ରାଜ୍ୟରେ କଂଗ୍ରେସ ଓ ଉଦ୍ଧବଙ୍କ ଶିବସେନା ତଥା ଏନସିପିକୁ ନେଇ ଗଠିତ ମେଣ୍ଟରେ ଫାଟ ସୃଷ୍ଟି ହେବାର ଦେଖାଦେଇଛି ସମ୍ଭାବନା।

ଉଦ୍ଧବ କହିଛନ୍ତି କି, ଆମେ ଦେଶର ଲୋକତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ଏକତ୍ରିତ ହୋଇଛୁ। କିନ୍ତୁ ଏମିତି କୌଣସି ବୟାନ ନ ଦିଅନ୍ତୁ କି, ଆମ ଭିତରେ ଫାଟ ସୃଷ୍ଟି ହେବ। ବିଜେପି ଆପଣଙ୍କୁ ରଗାଇବାକୁ ଚେଷ୍ଟା କରୁଛି। ଯଦି ଏପରି ସମୟରେ ଆମେ ସାମାନ୍ୟ ଭୁଲ କରିବା ଆମ ଦେଶ ନିଶ୍ଚିତ ରୂପେ ନିରଙ୍କୁଶତା ଆଡକୁ ଚାଲିଯିବ।

ସୂଚନାଯୋଗ୍ୟ, ରାହୁଲଙ୍କ କ୍ଷମା ପ୍ରାର୍ଥନା ଯିଦିରେ ଅଟଳ ବିଜେପି। ଏହାକୁ ନେଇ ରାହୁଲ କହିଥିଲେ କି, ସେ ସବରକର ନୁହଁନ୍ତି, ଗାନ୍ଧୀ। ସେ କ୍ଷମା ମାଗିବେ ନାହିଁ। ଯାହାକୁ ନେଇ ବିଜେପି ସମେତ ଉଦ୍ଧବଙ୍କ ଶିବସେନା ମଧ୍ୟ ରାହୁଲଙ୍କ ବିରୋଧରେ ମୁହଁ ଖୋଲିଛି। ତେବେ ଭାରତ ଯୋଡ ଯାତ୍ରା କାଳରେ ହିନ୍ଦୁ ବିଚାରକ ସାବରକଙ୍କୁ ସମାଲୋଚନା କରିଥିଲେ, ଯାହା କଂଗ୍ରେସ ଓ ଉଦ୍ଧବଙ୍କ ଦଳ ମଧ୍ୟରେ ଏକ ଫାଟ ସୃଷ୍ଟି କରିଥିଲା। କିନ୍ତୁ ଏହି ଫାଟକୁ ଦଳର ବରିଷ୍ଠ ନେତା ସଂଜୟ ରାଉତ ଉଦ୍ଧବଙ୍କୁ ବୁଝାଶୁଝା କରି ଭାରତ ଯୋଡ ଯାତ୍ରାରେ ଉଦ୍ଧବକଙ୍କୁ ସାମିଲ କରାଇଥିଲେ।

ଗତ ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବିଜେପିଠାରୁ ଅଲଗା ହୋଇଥିଲା ଶିବସେନା। ଏହା ପରେ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିଥିଲା। କିନ୍ତୁ ସାବରକରଙ୍କୁ ରାହୁଲଙ୍କ ଦ୍ବିତୀୟ ଅପମାନରେ କଡା ଚେତାବନୀ ଦେଇଛନ୍ତି ଉଦ୍ଧବ। ଉଦ୍ଧବ କହିଛନ୍ତି, ମୁଁ ରାହୁଲଙ୍କୁ ଖୋଲାଖୋଲି କହିବାକୁ ଚାହୁଁଛି କି,  ଏହି ଲଢେଇ ଲୋକତନ୍ତ୍ରକୁ ସୁରକ୍ଷା ଦେବାକୁ। ହେଲେ ଯେଉଁ ସାବରକରଙ୍କୁ ଆମେ ଭଗବାନ ମାନୁ, ତାଙ୍କ ଅପମାନ ସହିବୁ ନାହିଁ।

ତେବେ ଉଦ୍ଧବ ଆହୁରି କହିଛନ୍ତି କି, ମୋଦି ଭାରତ ନୁହଁନ୍ତି। କଣ ଆମ ସ୍ବାଧୀନତା ସଂଗ୍ରାମୀ ୟାଙ୍କ ପାଇଁ ନିଜ ପ୍ରାଣବଳୀ ଦେଇଥିଲେ। ମୋଦି ଉପରେ ପ୍ରଶ୍ନ କରିବା ଭାରତର ଅପମାନ ନୁହେଁ ବୋଲି କହିଛନ୍ତି ଉଦ୍ଧବ।

ସେହିପରି ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲେଖ୍ୟ ପ୍ରକାଶ ପାଇଛି। ରାହୁଲଙ୍କ ବୟାନକୁ ଉଦ୍ଧବଙ୍କ ନିନ୍ଦା ସହ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟାୟ ହୋଇଛି କୁହାଯାଇଛି। କିନ୍ତୁ ସାବରକରଙ୍କ ଅପମାନ କରି ସେ ସତ୍ୟର ଲଢେଇ ଜିତି ପାରିବେ ନାହିଁ ବୋଲି କହିଛନ୍ତି ଉଦ୍ଧବ। ଗାନ୍ଧୀ ପରିବାର ଯେମିତି ଦେଶର ସ୍ବାଧୀନତା ଲଢେଇରେ ବହୁ ବଳିଦାନ ଦେଇଥିବା କଥା ସତ, ସେହିପରି ସାବରକରଙ୍କ ପରିବାରର ବଳିଦାନ ମଧ୍ୟ ସତ। ସାବରକରଙ୍କ ଅପମାନ କରି ରାହୁଲଙ୍କ ପ୍ରତି ଥିବା ସହାନୁଭୂତି କମ ହେବ ବୋଲି କହିଛନ୍ତି ଉଦ୍ଧବ।  

Related Articles

Leave a Reply

Your email address will not be published.

Back to top button