ଓଡିଶାକୁ ରହିଛି କି ବାତ୍ୟା ଭୟ? କିଭଳି ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର?

ଓଡିଶାକୁ ରହିଛି କି ବାତ୍ୟା ଭୟ? ଉକୂଳକୁ ଛୁଇଁବ କି ସମ୍ଭାବ୍ୟ ବାତ୍ୟା? ଯଦି ବାତ୍ୟା ହୁଏ, ତେବେ କେଉଁ କେଉଁ ଜିଲ୍ଲା ପ୍ରଭାବିତ? ଏହି ଆଶଙ୍କା ଏବେ ରାଜ୍ୟବାସୀଙ୍କ ମନରେ ଘାରିଥିବା ବେଳେ ବାତ୍ୟାକୁ ନେଇ କୈଣସି ଭୟଭୀତ ନହେବକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଯଦିଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତର -ପଶ୍ଚିମ ଦିଗକୁ ଗତି କରୁଛି । ତେବେ ଏହାର ଦିଗ ଓ ବେଗ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡିନାହିଁ ।
ଯଦି ବାତ୍ୟା ହୁଏ ତେବେ ରାଜ୍ୟର ୧୮ ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଆଉ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ପୂର୍ବ ଓ ପରବର୍ତ୍ତୀ ମୁକାବିଲା ପାଇଁ ୧୭ ଟି ଏନଡିଆରଏଫ, ୨୦ ଟି ଓଡ୍ରାଫ୍ଟ ଏବଂ ୧୭୫ ଟି ଅଗ୍ନଶମ ବାହିନୀ ଟିମ୍ କୁ ସଜାଗ କରାଯାଇଛି ।
ସେପଟେ ସମ୍ଭାବ୍ୟ ବାତ୍ୟା କୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବାତ୍ୟା ପୂର୍ବ,ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାର ରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେ ବି ପ୍ରସ୍ତୁତ। ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଓପିଟିସିଲ୍ ଓ ଅନ୍ୟ ଡିଷ୍ଟ୍ରି ଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିଟର ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ମ୍ୟାଟେରିଆଲ ଅଛି। କର୍ମଚାରୀଙ୍କୁ ପଠାଇବା ପାଇ ବ୍ୟବସ୍ଥା କରାଯାଇଛି।
ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ ଦିନ ମଧ୍ୟରେ ସଂଯୋଗ ଦିଆଯାଇଥିଲା। ଚଳିତ ଥର ଯଦି ସେପରି ସ୍ଥିତି ଆସେ ଅଧିକ ଶୀଘ୍ର କରିବାକୁ ବ୍ୟବସ୍ଥା ହୋଇଛି। ସେ ନେଇ ବିଭାଗ ପ୍ରସ୍ତୁତି ହୋଇଛି। ହସ୍ପିଟାଲକୁ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ୟୁନିଟ କୁ କିପରି ଶକ୍ତି ସଂଯୋଗ ନ କଟିବ ସେ ନେଇ ବ୍ୟବସ୍ଥା ହୋଇଛି। ଯଦି ସମସ୍ୟା ଉପୁଜେ ପ୍ରାଥମିକତା ଭିତ୍ତିରେ କିପରି ସେଠାକୁ ସଂଯୋଗ ଦିଆଯିବ ଓ କିପରି ଯଥାଶୀଘ୍ର ସଂଯୋଗ ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି।
ଆସନ୍ତା ୮ ତାରିଖ ସୁଦ୍ଧା ଅବପାତର ରୂପ ନେବ ଲଘୁଚାପ । ଏହାପରେ ଧିର ଚଳନ କରି ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ। ତେବେ ସମ୍ଭାବ୍ୟ ବାତ୍ୟା କେଉଁ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।