କେଉଁଠିକୁ ଆସିବ? କେତେବେଳେ ଆସିବ? କେତେ ବେଗରେ ଆସିବ?ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା

ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା। ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ର ଆଶଙ୍କା ଦେଖା ଦେଇଛି। ପ୍ରଭାବରେ ଆଜିଠାରୁ ଉପକୂଳ ସଡ଼ିଶାରେ ମେଘୁଆ ପାଗ ଦେଖାଦେଇଛି।
ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଶକ୍ତିଶାଳୀ ହେଉଛି। ମେ ୬ତାରିଖରେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଲଘୁଚାପର ଗତି ଉତ୍ତର-ପଶ୍ଚିମ ମୁହାଁ ରହିବ। ପରବର୍ତ୍ତୀ ୪୮ଘଣ୍ଟା ଭିତରେ ଲଘୁଚାପ ଶକ୍ତି ଗୋଟାଇ ଅବପାତର ରୂପ ନେବ। ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଅଞ୍ଚଳରେ ପବନରେ ବଗେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ରହିଛି। ଲଘୁଚାପ ଶକ୍ତିଶାଳୀ ହେଲେ ପବନର ଘଣ୍ଟା ପ୍ରତି ବେଗ ୭୫କି.ମି. ପର୍ଯ୍ୟନ୍ତ ପହଁଚିପାରେ। ବାତ୍ୟା ପାଇଁ ସମୁଦ୍ରରେ ଅନୁକୁଳ ବାତାବରଣ ଥିବାରୁ ସାମୁଦ୍ରିକ ଝଡ଼କୁ ନେଇ ବଢ଼ୁଛି ଆଶଙ୍କା।
ବର୍ତ୍ତମାନ ନଜର ପକାନ୍ତୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥାମାନେ କ’ଣ ଆକଳନ କରିଛନ୍ତି। ସ୍କାଏମେଟ୍ୱେଦର କହିଛି ବଙ୍ଗୋପ ସାଗରରେ ସମ୍ଭାବ୍ୟ ଲଘୁଚାପ ଶକ୍ତିଶାଳୀ ହେବା ପାଇଁ ଅନୁକୂଳ ବାତାବରଣ ରହିଛି। ଆଗକୁ ଏହା ବାତ୍ୟାର ରୂପ ନେଇପାରେ। ବର୍ତ୍ତମାନ ୱିଣ୍ଡିର ଏହି ପୂର୍ବାନୁମାନ ଉପରେ ନଜର ପକାନ୍ତୁ । ୱିଣ୍ଡିର ଆକଳନ ଅନୁସାରେ ୭ ତାରିଖ ସୁଦ୍ଧା ବାତ୍ୟାର ଚିତ୍ର ସ୍ପଷ୍ଟ ହେବ। ଏହାର ପ୍ରାଥମିକ ଗତି ଉତ୍ତର ପଶ୍ଚିମ ମୁହାଁ ଦେଖାଯାଉଛି। ସେପଟେ ବର୍ତ୍ତମାନ ଠାରୁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।
ବାତ୍ୟାର ସୃଷ୍ଟି ନହେବା ଯାଏଁ ଗତିପଥ ନେଇ ସୂଚନା ମିଳିବା ମୁସ୍କିଲ। ହେଲେ ସାମୁଦ୍ରକି ଝଡ଼ ଶକ୍ତିଶାଳୀ ହେବା ପାଇଁ ସମୁଦ୍ର ଭିତରେ ଅନୁକୁଳ ବାତାବରଣ ଥିବାରୁ ସମ୍ଭାବ୍ୟ ବାତ୍ୟାର ଆଶଙ୍କାକୁ ଏଡ଼ିଦିଆଯାଇ ନପାରେ।