ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ସର୍ବାଧିକ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସମଗ୍ର ଅଞ୍ଚଳରେ ତୁଷାରପାତରେ ଭରି ହୋଇରହିଛି । ଆଜି ସର୍ବାଧିକ ମାତ୍ରାରେ ତୁଷାରପାତ ହୋଇଛି । ଯାହା କି ଚଳିତ ଶୀତ ଋତୁରେ ସର୍ବାଧିକ । ତୁଷାରପାତ ଫଳରେ ହାତ ଗୋଡ଼ କାଲୁଆ ହୋଇଯାଉଛି । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡ଼ିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଥିବା ବେଳେ ଶୀତ ବସ୍ତ୍ର ପରିଧାନ କରୁଛନ୍ତି। ତୁଷାରପାତ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ସମେତ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଆଜି ଶୀତ ମହୋତ୍ସବ ରହିଥିବା ବେଳେ ଦାରିଙ୍ଗବାଡିରେ ତୁଷାରପାତ ମହୋତ୍ସବକୁ ଦ୍ଵିଗୁଣିତ କରିବ । ତୁଷାରପାତ ଯୋଗୁଁ ବୃଦ୍ଧ ବୃଦ୍ଧାଙ୍କ ଦୁଃଖ ବଢ଼ି ଯାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ କାମ ଧନ୍ଦାକୁ ସଠିକ୍ ସମୟରେ ଯାଇ ପାରୁନାହାନ୍ତି । ସେପଟେ ପର୍ଯ୍ୟଟକ ଏବଂ ଅଞ୍ଚଳବାସୀ ମଧ୍ୟ ମଜା ନେଉଥିବା ଦେଖିବାକୁ ମିଳିଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now