ପାଣିପାଗ ଓ ପରିବେଶ

ଅବପାତ ହେଲା ତୀବ୍ର ଅବପାତ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଞ୍ଚଳରେ ସକ୍ରିୟ ଅବପାତ  ଗଭୀର ଅବପାତର ରୂପ ନେଇଛି। ଏହା ସାମାନ୍ୟ ଦିଗ ବଦଳାଇ ଉତ୍ତର -ଉତ୍ତର ପୂର୍ବ ଦିଗକୁ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତକାଲି ସକାଳ ବେଳକୁ ବାତ୍ୟାର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେବା ପରେ ଉତ୍ତର-ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଙ୍ଗାଂଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଓଡିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୬ ଘଣ୍ଟା ହେଲା ଏହା ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି। ବାତ୍ୟା ପ୍ରଭାବରେ ଆଜି କେନ୍ଦ୍ରାପଡା, ଜଗସିଂହପୁର, ପୁରୀରେ ବର୍ଷା ହୋଇପାରେ।

Related Articles

Leave a Reply

Your email address will not be published.

Back to top button