ପାଣିପାଗ ଓ ପରିବେଶ

ଅସାନୀର ପ୍ରଭାବ, ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବର୍ଷା

ବାତ୍ୟା ଅସାନୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଯାଇଛି ବର୍ଷା। କୋହଲା ପାଗ ସହ କମିଛି ତାପମାତ୍ରା। ସେପଟେ ସମୁଦ୍ର ଭିତରେ ଗତି କରୁଛି ଭିଷଣ ସାମିଦ୍ରିକ ଝଡ଼। ୧୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବର୍ଷା। ପବନର ବେଗ ୬୦କିଲୋମିଟର ପର୍ଯ୍ୟନ୍ତ ରହିପାରେ। ମେଘୁଆ ଆକାଶ। ତୁହାକୁ ତୁହା ବର୍ଷା। ବାତ୍ୟା ଅସାନୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଛି ବର୍ଷା। ଆଗକୁ ରହିଛି ପ୍ରବଳ ବର୍ଷା। ୧୦ ଓ ୧୧ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ ହୋଇଛି। ୧୧ ଓ ୧୨ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା,ପୁରୀ, ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷିବ। ୧୨ ଓ ୧୩ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସମୁଦ୍ର ଭିତରେ ଗତି କରୁଛି ବାତ୍ୟା ଅସାନୀ। ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ସିଭୟର ସାଇକ୍ଲୋନିକ ଷ୍ଟର୍ମ। ଏହା ସହ ଓଡ଼ିଶା ଆନ୍ଧ୍ର ଉପକୂଳ ନିଟବର୍ତ୍ତୀ ହେବ ବାତ୍ୟା। । ଏହାପରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ରହିବ ବାତ୍ୟାର ଗତି। ଏହାପରେ ବାତ୍ୟା ଦୁର୍ବଳ ହେବା ଆରମ୍ଭ କରିବ। ବାତ୍ୟା ସ୍ଥଳ ଭାଗକୁ ଛୁଇଁବ ନାହିଁ। ବାତ୍ୟା ବଳୟର ସବୁଠୁ ଦୁର୍ବଳ ଅଂଶର ପ୍ରଭାବ ଉପକୂଳରେ ପଡ଼ିବ। ଏଣୁ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ।

ବାତ୍ୟା ଯୋଗୁଁ ୧୧-୧୩ ମେ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ମାନେ ସବୁଦ୍ରରେ ଅଛନ୍ତି ତାଙ୍କୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦେଇଛନ୍ତି ସରକାର। ସେପଟେ ଉପକୂଳ ଓଡ଼ିଶାରେ ବର୍ଷା ଲୋକଙ୍କ ଭୟ ବଢ଼ାଇଛି।

Related Articles

Leave a Reply

Your email address will not be published.

Back to top button