ପାଣିପାଗ ଓ ପରିବେଶ

କେଉଁଠି କରିବ ଲ୍ୟାଣ୍ଡଫାଲ? ବାତ୍ୟାକୁ ନେଇ କଣ ରହିଛି ଅପଡେଟ?

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଶୁକ୍ରବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହି ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଶନିବାର  ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା  ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇପାରେ। ଆସନ୍ତା ୯ ତାରିଖରେ ପବନର ବେଗ ଘଣ୍ଟା ପ୍ରତି ୭୦ ରୁ ୮୦ କିଲୋମିଟର ରହିବ । କେତେକ ସ୍ଥାନରେ ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ ବୋହିପାରେ । ୧୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ନିକଟସ୍ଥ ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହେବ। ବାତ୍ୟାର କେନ୍ଦ୍ର ସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କି.ମି. ରହିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଗୁରୁବାର ରାତିରୁ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ ଜାରି ରହିଛି । ବିଶେଷ କରି ଅନୁଗୁଳ,  ନୟାଗଡ ,  ଗଞ୍ଜାମ , ପୁରୀ , କନ୍ଧମାଳ, ଢେଙ୍କାନାଳ, ଜଗତସିଂପୁର ଆଜି ଜିଲ୍ଲାରେ କାଳବୈଶାଖୀ ଜନିତ ବୃଷ୍ଟିପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯଦି ରାଜ୍ୟରେ କାଳବୈଶାଖୀ ଜନିତ ବୃଷ୍ଟିପାତ ଜାରି ରହେ ତେବେ ସମ୍ଭାବ୍ୟ ବାତ୍ୟାରେ ପ୍ରକୋପ ଯଥେଷ୍ଟ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ତିନି ଦିନ ଧରି ସମୁଦ୍ର ବେଶ ଅଶାନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି . …

ବାତ୍ୟା କେଉଁ ଉପକୂଳ ଛୁଇଁବ? କେବେ ଛୁଇଁବ? ଉପକୂଳ ଛୁଇଁବା ସମୟରେ ଏହାର ତୀବ୍ରତା କେତେ ରହିବ? ଏହାର ପୂର୍ବାନୁମାନ ବର୍ତ୍ତମାନ ସୁଦ୍ଧା କରାଯାଇ ନାହିଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଅନୁଧ୍ୟାନ ଜାରି ରହିଛି ।

Related Articles

Leave a Reply

Your email address will not be published.

Back to top button