ତିର୍ତ୍ତୋଲରେ ବନ୍ୟା ବିତ୍ପାତ: ୨୦ ଗ୍ରାମ ପ୍ରଭାବିତ

Spread the love

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ପାଇକା ନଦୀରେ ଘାଇ ଭାଙ୍ଗିବା ଯୋଗୁଁ ଗତ ଚାରିଦିନ ହେଲା ଗାଁ ଗୁଡିକରେ ବନ୍ୟାପାଣି ପଶିଯାଇଛି। ମହାନଦୀ-ପାଇକା ଦ୍ୱିପାଞ୍ଚଳର ପାଞ୍ଚଟି ପଞ୍ଚାୟତର ୨୦ଟି ଗ୍ରାମରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ତିର୍ତ୍ତୋଲ ବ୍ଲକର ସାତଟି ପଞ୍ଚାୟତର ୨୦ରୁ ଉର୍ଦ୍ଧ ଗ୍ରାମର ଏକ ହଜାର ପରିବାର ପ୍ରଭାବିତ ହୋଇଛନ୍ତି। କୁଜଙ୍ଗ ବ୍ଲକ କାଠକୋଟ ଠାରେ ପାଇକା ନଦୀବନ୍ଧରେ  ଘାଇ ହେବା ଫଳରେ ମହାନଦୀ-ପାଇକା ଦ୍ୱିପାଞ୍ଚଳରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। କୁଜଙ୍ଗ ବ୍ଲକର କାଠକୋଟ, ହଂସୁରା ଓ ବଡବାଲିକଣୀ ପଞ୍ଚାୟତ ବନ୍ୟାପାଣି ଘେରରେ ରହିଛି। ତାର୍ତ୍ତୋଲ-କୋଲର ରାସ୍ତାରେ ପାଞ୍ଚଫୁଟ ଉଚ୍ଚରେ ବନ୍ୟାପାଣି ଲହଡା ମାରୁଛି। ପୋରଗଦେଇ ପଞ୍ଚାୟତର ରାଣୀତୋଳା, ଆଲକଣା ଓ ପୋରଗଦେଇ ଗାଁରେ ବନ୍ୟାଜଳ ପଶିଥିବା ବେଳେ କୋଲର ପଞ୍ଚାୟତର ବିଲକୋଲର ଗାଁ ଦାଣ୍ଡରେ ପାଞ୍ଚଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି। କୋଲର ପଞ୍ଚାୟତର ନାଗପୁର,ବିଲ କୋଲର,ଜଇପୁର, ପାଟକୁରା,ତାର୍ତ୍ତୋଲ, କୋଲର,ଧନୁଆଁ, ଦଶମାଣକୁଳ,ନାଲପୁର ଆଦି ଗ୍ରାମରେ ବନ୍ୟାପାଣି ଲୋକଙ୍କ ଘରେ ପଶିଛି।

Leave a Reply

Your email address will not be published. Required fields are marked *