ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି

Spread the love

ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବେଶି ଶୀତ ଅନୁଭୂତ ହେଉଛି। ପାରଦ ଖସିବା ସାଙ୍ଗକୁ ରାତିରେ ଶୀତର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ପାହାଡିଆ ଅଞ୍ଚଳରେ ଶୀତ ପ୍ରକୋପ ଅଧିକ ଅନୁଭୁତ ହୋଇଥିବା ବେଳେ ଚାହା ଦୋକାନରେ ଲୋକଙ୍କ ଭିଡ ପରିଲିକ୍ଷିତ ହେଉଛି। ସେପଟେ କୋରାପୁଟ, କନ୍ଧମାଳ, ସୁନ୍ଦରଗଡ, ବଲାଙ୍ଗିର, ଗଜପତି, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଶୀତର ପରିମାଣ ଅଧିକ ରହିଛି। ସକାଳୁ ସକାଳୁ ଘନ କୁହୁଡି କାରଣରୁ ଯାତାୟତ ବାଧାପ୍ରାପ୍ତ ହେଉଛି। ସେପଟେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ନେଇପାରେ ଲଘୁଚାପ ରୂପ । ୭ ତାରିଖ ସୁଦ୍ଧ ଅବପାତ ରୂପ ନେବା ସମ୍ଭାବନା।

Leave a Reply

Your email address will not be published. Required fields are marked *