ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ଦେଖାଦେଇଛି ଆତଙ୍କ । ଜମିରେ ଅକ୍ଷିମୁଠି ଅନୁକୂଳ ହୋଇସାରିଥିବା ବେଳେ ଏବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିହନ ଧୋଇ ହୋଇ ଯିବାର ଆଶଙ୍କା ରହିଛି । ଏହାକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସାଧାରଣରେ ଆତଙ୍କ ଖେଳିଥିବା ବେଳେ ଅତ୍ୟବଶକୀୟ ସାମଗ୍ରୀର ଅଭାବୀ ବିକ୍ରୀ ଓ କଳାବଜାରୀ ଉପରେ ରୋକ ଲଗାଇବାକୁ ସଜାଗ ରହିଛି ପ୍ରଶାସନ । ବାତ୍ୟା ନାଁ ଶୁଣିବା ପରେ ଏବେ ଭୟରେ ସମୂଦ୍ର କୂଳିଆ ଲୋକେ ।
ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଜ୍ୟରେ ୧୮ ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷ କରି ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କ ଧନଜୀବନ ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଛି । ଯାହାକୁ ନେଇ ଏବେ ସମୂଦ୍ର କୂଳିଆ ଲୋକଙ୍କ ନିଦ କୁ ହଜାଇଦେଇଛି । ସେପଟେ ସମାନ ସ୍ଥିତି ଚାଷୀଙ୍କର । ଅକ୍ଷୟ ତୃତୀୟାରୁ ଜମିରେ ଅନୁକୂଳ କରିଥିଲେ ଅକ୍ଷିମୁଠୀ । ହେଲେ କାଳବୈଶଖୀ ଜନିତ ବର୍ଷା ସାଙ୍ଗଙ୍କୁ ଏବେ ସମ୍ଭାବ୍ୟ ବାତ୍ୟା ଚାଷୀ ମୁଣ୍ଡରେ ଚଡକ ପକାଇଛି ।
ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ବଜାରରେ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ବଢିବା ସହିତ କଳାବଜାରୀର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଲୋକେ ଆବଶ୍ୟକତା ଅନୁଯାୟୀ ବଜାରରୁ ସୌଦା କରନ୍ତୁ ଅଯଥା ଆତଙ୍କିତ ହୋଇ ଅବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନକିଣିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଆଉ ରାଜଧାନୀ ବାସିନ୍ଦା ମଧ୍ୟ ସେଚତନତା ହୋଇ ଅବଶ୍ୟକ ମୁତାବକ ବଜାର ରୁ ସୌଦା କିଣୁଥିବା ଦେଖବାକୁ ମିଳିଛି । ସେପଟେ ସପ୍ଲାଇ ଚେନ ମଧ୍ୟ ଠିକ ରହିଥିବାରୁ ପର୍ଯ୍ୟାପ୍ତ ପରିମାଣର ଅତ୍ୟବଶକୀୟ ସାମଗ୍ରୀ ମହଜୁଦ ଥିବା କହିଛନ୍ତି ବ୍ୟବସାୟୀ ।
ଯଦିଓ ବାତ୍ୟାର ଦିଗ ଓ ବେଗକୁ ନେଇ ଏପର୍ଯ୍ୟନ୍ତ କୈଣସି ସ୍ୱଷ୍ଟ ସୂଚନା ମିଳିପାରିନାହିଁ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଉପକୂଳ ବର୍ତ୍ତୀ ଜିଲ୍ଲା ବିଶେଷ କରି ସମୂଦ୍ର କୂଳିଆ ଓ ତଳିଆ ଅଞ୍ଚଳ ଲୋକଙ୍କ ନିଦ ହଜାଇଦେଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now