ପାଣିପାଗ ଓ ପରିବେଶ

ଝଡ଼ ତୋଫାନ ଓ ବର୍ଷାରେ ୯ ମୃତ

କୋଲକାତା : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ମୋଚା ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତି ଜିଲ୍ଲା ମାନଙ୍କରେ ଆସିଥିବା ଝଡ଼ ତୋଫାନ ଓ ବର୍ଷାରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ କେତେକ ଆହତ ହୋଇଥିବାର ସୂଚନା ମିଳିଛି । ଯାହାକୁ ନେଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଝଡ଼ ତୋଫାନ ଓ ବର୍ଷା ସମୟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିମ୍ବା ଗଛ ଡାଳ ପଡି ଘଟିଛି ।

ସାମୁଦ୍ରିକ ଝଡ଼ ମୋଚା ରାଜ୍ୟର ତଟବର୍ତି ଅଂଚଳରେ ବ୍ୟାପକ ପ୍ରଭାବ ପକାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ମୃତକଙ୍କ ମଧ୍ୟରେ ସାମିଲ୍ ଥିବା ଖୁଶବୁ ଯାଦବ (୧୨) ସୋମବାର ସଂନ୍ଧ୍ୟାରେ ହାୱଡ଼ା ଶିବପୁରର ପିକେ ରାୟ ଲେନରୁ ଟ୍ୟୁସନ ସାରି ଫେରୁଥିଲେ । ଏହି ସମୟରେ ପବନରେ ତାଙ୍କ ଉପରେ ବିଜୁଳି ତାର ଛିଡି ପଡିବାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିଲା । 

Related Articles

Leave a Reply

Your email address will not be published.

Back to top button