ପ୍ରକୃତିର କୋପ- ମୋଦିଙ୍କ ଏରିଏଲ ସର୍ଭେ ଓ ପ୍ୟାକେଜ୍

ବନ୍ୟା ପ୍ରଭାବିତ ପଞ୍ଜାବ ଓ ଭୂସ୍ଖଳନ ପ୍ରଭାବିତ ହିମାଚଳପ୍ରଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ ଦେବା ପରେ ସିଧା ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ ମୋଦି। କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୋଦି। ହିମାଚଳପ୍ରଦେଶ ବାଦଲଫଟା ବର୍ଷା, ଭୂସ୍ଖଳନରେ ଗଭୀର ପ୍ରଭାବିତ ହୋଇଛି। ପଞ୍ଜାବରେ ମୌସୁମୀ ବର୍ଷାରେ ସମସ୍ତ ଜିଲ୍ଲା ବନ୍ୟା ଦ୍ୱାରା ଗୁରୁତର ପ୍ରଭାବିତ ହୋଇଛି। ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖୁ ଧର୍ମଶାଳା ପହଞ୍ଚିଥିଲେ। ଅପରାହ୍ନ ଗୋଟାଏ ପରେ ଗଗଲ ଏୟାରପୋର୍ଟରେ ପହଞ୍ଚିଥିଲେ ମୋଦି। ଦେଢ଼ଟାରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ସୁଖୁ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଆଉ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଆଗ ହିମାଚଳପ୍ରଦେଶର ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ମଣ୍ଡି ଓ କୁଲୁ ଜିଲ୍ଲାକୁ ଆକାଶମାର୍ଗରେ କ୍ଷୟକ୍ଷତିକୁ ପରିଦର୍ଶନ କରିଥିଲେ। ପ୍ରଭାବିତ ପରିବାରକୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ। ରେସକ୍ୟୁ ଅପରେସନରେ ସାମିଲ ଟିମ ସହ କଥା ହୋଇଛନ୍ତି ମୋଦି। ଏନଡିଆରଏଫ, ଏସଡିଆରଏଫ ଓ ଆପଦା ମିତ୍ର ଭଲ୍ୟୁଣ୍ଟରଙ୍କ ସହ କଥା ହୋଇ ସେମାନଙ୍କ କାମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ହିମାଚଳପ୍ରଦେଶ ପାଇଁ ୧୫ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ପୁନଃନିର୍ମାଣ ଓ ପୁନଃସ୍ଥାପନା ସକାଶେ କେନ୍ଦ୍ର ସରକାର ସମସ୍ତ ସହାୟତା ଦେବେ । ଏହା ସହ ଆଗୁଆ ଏସଡିଆରଏଫର ଦ୍ୱିତୀୟ କିସ୍ତି ଓ ପିଏମ କିଷାନ ସମ୍ମାନ ନିଧି କିସ୍ତି ରିଲିଜ୍ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି, ଯଦି ସେ ଅସୁସ୍ଥ ହୋଇନଥାଆନ୍ତେ, ତାହେଲେ ସେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ଯାଇ ବନ୍ୟା ପ୍ରଭାବିତ ସ୍ଥିତି ବୁଲି ଦେଖିଥାଆନ୍ତେ। ତାଙ୍କର ଆଶା, ଏଭଳି ବିପତ୍ତି ବେଳେ ପ୍ରଦେଶକୁ ଭଲ ପ୍ୟାକେଜ୍ ଦିଅନ୍ତୁ ପ୍ରଧାନମନ୍ତ୍ରୀ। ପଞ୍ଜାବରେ ଭୟଙ୍କର ବନ୍ୟା ଲାଗି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ପ୍ରାୟ ୪ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଗୁରୁଦାସପୁରରେ ପହଞ୍ଚିଥିଲେ। ଆଉ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଏରିଏଲ ସର୍ଭେ କରିଥିଲେ। ପଠାନକୋଟ ବି ଯାଇଥିଲେ ମୋଦି। ରାହୁଲ ଓ ପ୍ରିୟଙ୍କା କହିଥିଲେ, କେନ୍ଦ୍ର ସରକାର ପଞ୍ଜାବର ବିପତ୍ତିକୁ ଦେଖି ବିପନ୍ନଙ୍କ ପରିବାରକୁ ଉପଯୁକ୍ତ ସହାୟତା ଦିଅନ୍ତୁ। ଆବଶ୍ୟକୀୟ କ୍ଷତିପୂରଣ ଦେବାର ବ୍ୟବସ୍ଥା ହେଉ। ବନ୍ୟା ଓ ଭୂସ୍ଖଳନ ବିପତ୍ତିରେ ପଡ଼ିଥିବା ପଞ୍ଜାବ ଓ ହିମାଚଳର କ୍ଷୟକ୍ଷତିକୁ ଆଖିରେ ଦେଖିଲେ ପ୍ରଧାନମନ୍ତ୍ରୀ। ଆଉ ଉଭୟ ରାଜ୍ୟ ଲାଗି ତୁରନ୍ତ ସହାୟତା ଘୋଷଣା କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *