ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼

Spread the love

ଭୁବନେଶ୍ଵର : ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ସମ୍ବଲପୁରରେ ସର୍ବାଧିକ ୪୨.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

ସେହିପରି ହୀରାକୁଦରେ ୪୨.୪ ଡ଼ିଗ୍ରୀ, ଭୁବନେଶ୍ଵରରେ ୪୨.୨ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୪୨.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୬ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପାରାଦୀପରେ ୩୪.୪ ଡ଼ିଗ୍ରୀ ଏବଂ ବାଲେଶ୍ଵରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *