ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ତେବେ ଅପରାହ୍ନରେ ରାଜଧାନୀ ସମେତ କିଛି ସ୍ଥାନରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଗୁଳୁଗୁଳିରୁ ନିସ୍ତାର ମିଳିଛି । ମଙ୍ଗଳବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ୨ ଟା ୩୦ ସୁଦ୍ଧା ହୀରାକୁଦରେ ୪୧.୬ ଡ଼ିଗ୍ରୀ , ଝାରସୁଗୁଡାରେ ୪୧.୮ ଡ଼ିଗ୍ରୀ , ଚାନ୍ଦବାଲିରେ ୩୮.୨ ଡ଼ିଗ୍ରୀ , ବାଲେଶ୍ୱରରେ ୩୭.୪ ଡ଼ିଗ୍ରୀ , ପୁରୀରେ ୩୪.୬ ଡ଼ିଗ୍ରୀ , ଗୋପାଳପୁରରେ ୩୪.୬ ଡ଼ିଗ୍ରୀ , ପାରାଦୀପରେ ୩୩.୮ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୩ ଡ଼ିଗ୍ରୀ ଓ କେନ୍ଦୁଝରରେ ୩୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *