ପାଣିପାଗ ଓ ପରିବେଶ

ବଦଳୁଛି ବାତ୍ୟାର ଗତି, ଲ୍ୟାଣ୍ଡଫଲ କରିବ ଅସାନୀ!


ବାତ୍ୟା ଅସାନୀକୁ ନେଇ ପ୍ରେସମିଟ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା। ବିଭିନ୍ନ ମଡେଲର ଆକଳନ ଅନୁସାରେ କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅସାନୀ। ତେବେ ପୂର୍ବ ଆକଳନ ଠାରୁ ଯଥେଷ୍ଟ ପରିବର୍ତ୍ତନ ହୋଇଥିବା ବେଳେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ରିକର୍ଭ କରିବ। ବିଶାଖାପାଟଣା ପାଖରେ ପହଞ୍ଚିବା ପରେ ଡିପ୍ରେସନରେ ପରିବର୍ତ୍ତନ ହୋଇ ଦୁର୍ବଳ ହେବ ବାତ୍ୟା। ସେପଟେ ବାତ୍ୟା ଅସାନୀ ଓଡିଶା ଉପକୂଳରେ ପହଂଚିବ ନାହିଁ। ଆସନ୍ତାକାଲି ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ଗଜପତି ଏବଂ ଗଂଜାମରେ ବର୍ଷା ହେବ। ଏହି ସମସ୍ତ ଜିଲ୍ଲାଗୁଡିକୁ ଆଲର୍ଟ କରାଯାଇଛି। ଏହାପରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ , ଭଦ୍ରକ ଜିଲ୍ଲାରେ ବର୍ଷା ହେବ। ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଏସଆରସି। ସେପଟେ ମାଲକାନଗିରି , କୋରାପୁଟ, ଗଜପତି ଓ ରାୟଗଡା ଜିଲ୍ଲାକୁ ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗକୁ ପଠାଯାଇଛି। ତେବେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ନ ମାନିଲେ ଭାରତୀୟ ବିପର୍ଯ୍ୟୟ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।ବିଭିନ୍ନ ମଡେଲର ଅନୁସାରେ କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ। ପୂର୍ବ ଆକଳନ ଠାରୁ ଯଥେଷ୍ଟ ପରିବର୍ତ୍ତନ ହୋଇଛି। ସ୍ଥଳଭାଗ ଛୁଇଁବା ପୂର୍ବରୁ ରିକର୍ଭ କରିବ। ବିଶାଖାପାଟଣା ପାଖରେ ପହଞ୍ଚିବା ପରେ ଡିପ୍ରେସନରେ ପରିବର୍ତ୍ତନ ହୋଇ ଦୁର୍ବଳ ହେବ। ଓଡିଶା ଉପକୂଳରେ ପହଂଚିବ ନାହିଁ। ଓଡିଶା ଉପକୂଳରେ ପବନ ହେବନାହିଁ। ସବୁ ମଡେଲ କହୁଛନ୍ତି କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ। ମାଲକାନଗିରି ଓ କୋରାପୁଟ, ଗଜପତି ଗଂଜାମରେ ଆସନ୍ତା କାଲି ସକାଳ ସୁଦ୍ଧା ବର୍ଷା ହେବ। ଏହାପରେ ପୁରୀ ଖୋର୍ଦ୍ଧା, ଜଗତସିଂହପୁର, କଟକ ଭଦ୍ରକରେ ବର୍ଷା ହେବ। ମଧ୍ୟମରୁ ପ୍ରବଳ ବର୍ଷା ହେବ। ମାଲକାନଗିରି ଓ କୋରାପୁଟ, ଗଜପତି ଗଂଜାମକୁ ଆଲର୍ଟ କରାଯାଇଛି। ଓଡ୍ରାଫ ଟିମକୁ ମାଲକାନଗିରିକୁ 2ଟା ପଠା ଯାଇଛି, ଗୋଟିଏ କୋରାପୁଟ ଓ ଗୋଟିଏ ଲେଖାଏଁ ଗଜପତି ଓ ରାୟଗଡା ପଠା ଯାଇଛି। ଫାୟାର ସର୍ଭିସି ଟିମକୁ ମଧ୍ୟ ପଠାଯାଇଛି। ମସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ସରକାରଙ୍କ ନିର୍ଦେଶ ନମାନିଲେ ଭାରତୀୟ ବିପର୍ଯ୍ୟୟ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ୟୁନିୟନ ହୋମ ସକ୍ରେଟାରି ସମୀକ୍ଷା କରିଥିଲେ। ଦୁଇଟି ରାଜ୍ୟ ଆନ୍ଧ୍ର ଓ ଓଡ଼ିଶା ସହ ଆଲୋଚନା କରିଥିଲେ। src ଓ cs ମିଟିଂରେ ଥିଲେ।

Related Articles

Leave a Reply

Your email address will not be published.

Back to top button