ଦିଲ୍ଲୀରେ ବାୟୁ ପ୍ରଦୂଷଣର ହାର ସାଂଘାତିକ ସ୍ଥିତିରେ । ଏହାକୁ ମୁକାବିଲା କରିବାକୁ ଦିଲ୍ଲୀ ସରକାର ଅଣ୍ଟା ଭିଡ଼ିଛନ୍ତି। କମ୍ପାନୀରୁ ନେଇ କାରଖାନା ଯାଏ। ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ମଞ୍ଜିଦର ସିଂ ସିର୍ସା। ଯେଉଁ କମ୍ପାନୀ ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ କରିବେନି, ସେ ସବୁ କମ୍ପାନୀ ବିରୁଦ୍ଧରେ ଆକ୍ସନ ହେବ। କିଛି ପ୍ରାଇଭେଟ୍ କମ୍ପାନୀ ଗ୍ରାପ୍ -୪ ଆଧାରରେ ଓ୍ୱାର୍କ ଫ୍ରମ ହୋମ୍ ଲାଗୁ କରୁନାହାନ୍ତି। କେବଳ ଏତିକି ନୁହେଁ। ଅନେକ ଫ୍ୟାକଟ୍ରିରେ ତାଲା ଝୁଲିବ ବୋଲି ଚେତାବନୀ ଦେଇଛନ୍ତି ସରକାର। ପ୍ରଦୂଷଣ କରୁଥିବା କଳକାରଖାନାରେ ଆଜିଠୁ ସିଲ୍ କରିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଯେଉଁ ସବୁ ଫ୍ୟାକଟ୍ରି ପ୍ରଦୂଷଣ କରୁଛନ୍ତି,ସେ ସବୁକୁ ଚିହ୍ନଟ ସରିଛି। ସେମାନଙ୍କୁ କୌଣସି ଅତିରିକ୍ତ ନୋଟିସ୍ ବିନା ସିଲ୍ କରାଯିବ। ଅକ୍ଟୋବର ୩୧ ସୁଦ୍ଧା ସମୟସୀମା ସ୍ଥିର ହୋଇଥିଲା। ଯେଉଁ ଉଦ୍ୟୋଗଗୁଡ଼ିକୁ ଓସିଇଏମ ପାଇଁ ଆବେଦନ କରିନାହାନ୍ତି, ସେମାନଙ୍କ ବିରୁଦ୍ଧରେ ବି ତତ୍କାଳ ସିଲିଂ ଆକ୍ସନ ହେବ। ଗଲା ୪ ଦିନ ହେଲା ୨ଲକ୍ଷ ୧୨ହଜାର ୩୩୨ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଯାଞ୍ଚ ହୋଇଛି। ଏଥିରୁ ପ୍ରାୟ ୧୦ହଜାର ଗାଡ଼ି ଟେଷ୍ଟରେ ଫେଲ୍ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now