ଆଜି ବି ପଶ୍ଚିମ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି

Spread the love

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ତାତିରେ ଲାଗିଛି ବ୍ରେକ୍ । ରଜ ପାଇଁ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଉପକୂଳବାସୀଙ୍କୁ ପାଗ ସୁହାଇଛି । ତେବେ ପଶ୍ଚିମ ଓଡିଶାବାସୀ ଆଜିବି ସିଝିଛନ୍ତି । ସେଠାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।

ବୁଧବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୩.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୪୨.୪ ଡ଼ିଗ୍ରୀ , ହୀରାକୁଦରେ ୪୨ ଡ଼ିଗ୍ରୀ , ବାଲେଶ୍ୱରରେ ୩୬.୬ ଡ଼ିଗ୍ରୀ , କେନ୍ଦୁଝରରେ ୩୫.୨ ଡ଼ିଗ୍ରୀ , ଚାନ୍ଦବାଲିରେ ୩୫ ଡ଼ିଗ୍ରୀ , ଭୁବନେଶ୍ୱରରେ ୩୪.୨ ଡ଼ିଗ୍ରୀ , ଗୋପାଳପୁରରେ ୩୩ ଡ଼ିଗ୍ରୀ , ପୁରୀରେ ୩୨.୨ ଡ଼ିଗ୍ରୀ ଏବଂ ପାରାଦୀପରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *