ସ୍ଥଳ ଭାଗ ଛୁଇଁଲା ବାତ୍ୟା ଫେଙ୍ଗଲ

ପୁଡୁଚେରି ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଫେଙ୍ଗଲ। ୩ରୁ ୪ ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା। ତେବେ ପ୍ରବଳ ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ପୁଡୁଚେରୀରେ ପ୍ରାୟ ୧୨ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି। ଗ୍ରାଉଣ୍ଡରେ NDRF ଟିମର ରେସକ୍ୟୁ ଅପରେସନ ଜାରି ରହିଛି। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ଥିଲା ୭୦ରୁ ୮୦ କିଲୋମିଟର । ପୁଡୁଚେରୀ ଓ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ପବନ ଫଳରେ ଅନେକ ସ୍ଥାନରେ ବହୁ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଛି । ସେହିଭଳି ବହୁ କଚ୍ଚା ଘର ମଧ୍ୟ ଭାଙ୍ଗି ନଷ୍ଟ ହୋଇଛି। ସ୍ଥିତିକୁ ନଜରରେ ରଖି ପୁଡୁଚେରୀରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତଙ୍କୁ ବାତ୍ୟା ଆଶ୍ରୟଲସ୍ଥଳରେ ରଖାଯାଇ, ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଏନ ରାଙ୍ଗାସାମୀ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *