ଟ୍ୱିନ୍ ସିଟିକୁ ହିଟ୍ ୱେଭ ୱାର୍ଣ୍ଣିଂ

Spread the love

ଭୁବନେଶ୍ୱର : ତାତି ବଢୁଥିବା ବେଳେ ଟ୍ୱିନ୍ ସିଟିର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଦେଖାଦେଇଛି । ଏଥିପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କଟକ-ଭୁବନେଶ୍ୱର ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି ଶିଶୁ, ବୟସ୍କ ଓ ରୋଗୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଶୋଷ ନଲାଗୁଥିଲେ ବି ପ୍ରଚୁର ପାଣି ପିଇବା, ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ପାଣି ସହ ଓଆରଏସ୍ , ଲସି କିମ୍ବା ତୋରାଣୀ ପିଇବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ ଶୁକ୍ରବାର ଭୋରୁ ଟ୍ୱିନ୍ ସିଟିରେ ତାତି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି । ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ୯୨% ଆଦ୍ରତା ରେକର୍ଡ ହୋଇଥିବା ବେଳେ ସକାଳ ୮ ଟା ୩୦ ସୁଦ୍ଧା ରାଜଧାନୀରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୭୩% ଆଦ୍ରତା ରେକର୍ଡ କରାଯାଇଥିଲା । ସେହିପରି ଦିନ ସାଢେ ୧୧ ଟା ବେଳକୁ ରାଜଧାନୀ ତାପମାତ୍ରା ୪୧.୬ ଡିଗ୍ରୀ ଛୁଇଁଥିବା ବେଳେ ଅ୍ରାଦ୍ରତା ରହିଛି ୩୮% ।

Leave a Reply

Your email address will not be published. Required fields are marked *