ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ବାମରାରେ ସର୍ବାଧିକ ୨୬.୨ ମି.ମି. ବର୍ଷା ରେକର୍ଡ଼

ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ବାମରାରେ ସର୍ବାଧିକ ୨୬.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଝାରସୁଗୁଡ଼ା ଜିଲ୍ଲାର କୋଲାବିରାରେ ୨୫.୬ ମି.ମି., ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୨୫.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୨୨.୬ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୨୧.୪ ମି.ମି., ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୧୮.୮ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ୧୭.୪ ମି.ମି., ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ୧୭.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ୧୬.୨ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୧୫.୮ ମି.ମି. ଏବଂ ସୁନ୍ଦରଗଡ଼ ଜିଲ୍ଲାର ହେମଗିରିରେ ୧୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *