ପାଣିପାଗ ଓ ପରିବେଶ
୧୮ରୁ ବଢିବ ବର୍ଷା

ଭୁବନେଶ୍ୱର: ଉପକୂଳ ଓଡିଶାରେ ଅଧିକ ବର୍ଷିବ। ଅବପାତ ଦୁର୍ବଳ ହୋଇଥିଲେ ବି ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ଏବଂ ଆସନ୍ତାକାଲି ବର୍ଷା ଲାଗି ରହିବ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗଂଜାମ, ପୁରୀ, କଟକ, ଜଗସିଂହପୁର , କେନ୍ଦ୍ରପଡା, ବାଲେଶ୍ବର ଓ ମୟୁରଭଂଜରେ ବର୍ଷା ହେବ। ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୫୪.୬ ଓ ଗଂଜାମ ଛତ୍ରପୁରରେ ୪୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ପୁଣି ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ।