ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଲେ ଦେଶ ବିଦେଶ ପର୍ଯ୍ୟଟକ। ଚନ୍ଦ୍ରଭାଗା ସମୁଦ୍ର ଆଶାନ୍ତ ଥିବା ବେଳେ ମତ୍ସଜୀବୀକୁ ମାଛ ଧରିବାକୁ ବାରଣ କରାଯାଇଛି । ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ ଥିବା ବେଳେ ସୂର୍ଯ୍ୟ ମନ୍ଦିର ଚାରିପଟେ ଆଣ୍ଠୁଏ ଆଣ୍ଠୁଏ ବର୍ଷା ପାଣିରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏଏସଆଇ ପକ୍ଷରୁ ଅତି ଆଧୁନିକ ୪ଟି ବିଦ୍ୟୁତ ଚାଳିତ ପାଣି ପମ୍ପ ଲାଗିଥିଲେ ମଧ୍ୟ ସେଥିରୁ ମାତ୍ର ଦୁଇଟି ଚାଲୁଥିବା ଦେଖାଦେଇଛି। ଅନ୍ୟ ଦୁଇଟି ଖରାପ ଥିବା ସହ ୬ଟି ଡିଜେଲ ଚାଳିତ ପାଣିପମ୍ପ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି। ଫଳରେ ସୂର୍ଯ୍ୟ ମନ୍ଦିର ଭିତରେ ପାଣି ଜମି ରହୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ବା ପର୍ଯ୍ୟଟନ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହ ସୂର୍ଯ୍ୟ ମନ୍ଦିରରୁ କିପରି ବର୍ଷା ପାଣି ନିଷ୍କାସନ ହେବ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି ଦେଶ ବିଦେଶର ପର୍ଯ୍ୟଟକମାନେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now