ଗ୍ରୀଷ୍ମ ପ୍ରବାହ ପାଇଁ ୧୨ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି

Spread the love

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତ ଦୁଇଦିନ ତୁଳନାରେ ରାଜ୍ୟକୁ ପ୍ରବାହିତ ହେଉଥିବା ପଶ୍ଚିମ ତଥା ଉତର-ପଶ୍ଚିମ ଦିଗରୁ ଶୁଷ୍କ ଉତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି । ଏହା ବ୍ୟତୀତ ରାଜ୍ୟରେ ୪ରୁ ୫ ଦିନ ପାଇଁ ଗ୍ରୀଷ୍ମପ୍ରବାହର ପ୍ରଭାବ ରହିବାର ସମ୍ଭାବନା ରହିଛି ।

ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡ଼ା ,ସୁନ୍ଦରଗଡ଼,କେଉଁଝର, ସମ୍ବଲପୁର,ବରଗଡ଼,ବଲାଙ୍ଗୀର, ସୋନପୁର, ନୂଆପଡ଼ା , କନ୍ଧମାଳ, କଟକ ,ଖୋର୍ଦ୍ଧା ଓ ବୌଦ୍ଧ । ଏହା ବ୍ୟତୀତ କଳାହାଣ୍ଡି, ଗଞ୍ଜାମ , ଗଜପତି. ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *