ପାକିସ୍ତାନର ଇସଲାମାବାଦରେ ଥିବା ପରମାଣୁ ଅସ୍ତ୍ରାଗାର ବିପଦରେ କି। ନ୍ୟୁକ୍ଲିଆର ଲିକେଜ୍ ହୋଇଛି କି। ବ୍ରହ୍ମୋସ୍ତ୍ର ସୁପରସୋନିକ ମିସାଇଲ ମାଡ଼ରେ ପରମାଣୁ କେନ୍ଦ୍ର କ୍ଷତି ହୋଇଛି କି। ଭାରତ ଓ ପାକିସ୍ତାନର ଉତ୍ତେଜନା ଭିତରେ ଏବେ ସନ୍ଦେହ କରାଯାଉଛି କି, ଇସଲାମାବାଦର ନୁର୍ ଖାନ ସ୍ଥିତ ନ୍ୟୁକ୍ଲିଆର୍ ଅସ୍ତ୍ରାଗାରରେ ଲିକ୍ ହୋଇଛି। ଚର୍ଚ୍ଚା ହେଉଛି, ଏହାକୁ ବନ୍ଦ କରିବାକୁ କୁଆଡ଼େ ଇଜିପ୍ଟ ମିସ୍ତ୍ରର ବାୟୁସେନା କାର୍ଗୋ ବୋରାନ୍ ନେଇକି ପହଞ୍ଚିବା ସହ ୟୁଏସର ଏକ ବିମାନ ବି ପାକିସ୍ତାନରେ ପହଞ୍ଚିଛି। ନ୍ୟୁକ୍ଲିଆର ଲିକେଜକୁ ବୋରାନ୍ କେମିକାଲ୍ ରୋକିଥାଏ। ସୋସିଆଲ ମିଡିଆରେ ଏହାର ଚର୍ଚ୍ଚା ଓ ଖବର ଜୋରଦାର ଭାଇରାଲ ହେବାରେ ଲାଗିଛି। ଏ କଥାର ସ୍ପଷ୍ଟତା ଯଦିଓ ଆସିନି। ଭାରତର ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବି ସମ୍ୱୋଧିତ ବେଳେ କହିଥିଲେ, ପାକିସ୍ତାନର ପରମାଣୁ ବୋମା ଧମକର ବ୍ଲାକମେଲିଂରେ ଭାରତ ଡରିବାର ପ୍ରଶ୍ନ ଉଠୁନି। ଅସ୍ତ୍ରବିରତି ହୋଇନଥିଲେ ଦୁଇ ଦେଶ ଭିତରେ ପରମାଣୁ ଯୁଦ୍ଧ ହୋଇ ଲକ୍ଷାଧିକ ଲୋକ ମରିଥାଆନ୍ତେ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍।ଫ୍ଲାଇଟ୍ ରାଡାର ୨୪ର ଆକଳନ ଅନୁସାରେ ମିସ୍ତ୍ରର ବାୟୁସେନାର ପରିବହନ ବିମାନ, ଯାହାର କଲ ସାଇନ୍ ଇଜିଓ୍ୱାଇ ୧୯୧୬ ଥିଲା, ମେ ୧୧ ତାରିଖ ଦ୍ୱିପ୍ରହରରେ ଭୁରବନ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ବିମାନ ଚୀନ୍ ଦେଇ ପାକିସ୍ତାନ ପହଞ୍ଚିଥିଲା। କିନ୍ତୁ ଏହାର ପ୍ରକୃତ ଗନ୍ତବ୍ୟ ସ୍ଥଳ କୁଆଡ଼େ ଥିଲା, ତାହାର ସ୍ପଷ୍ଟତା ଜଣାପଡ଼ିନି। ସେପଟେ ସୋସିଆଲ ମିଡିଆରେ ପାକିସ୍ତାନୀ ସରକାରଙ୍କ ଏ ଖବରକୁ ପୁଷ୍ଟି ନେଇ ଏକ ପ୍ରେସ ରିଲିଜ୍ ଭାଇରାଲ ହୋଇଛି। କିଏ କହୁଛି ସତ ତ କିଏ କହୁଛି ଏହାକୁ ଫେକ୍। ରେଡିଏସନରୁ କ୍ୟାନସର, ଆନୁବଂଶିକ ପରିବର୍ତ୍ତନ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ରେଡିଏସନରୁ ପାଣି, ମାଟି ଓ ପବନ ପ୍ରଦୂଷିତ ହେବାର ଆଶଙ୍କା ଥାଏ। ନ୍ୟୁକ୍ଲିଆର ଲିକେଜକୁ ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥାଏ। ସାମାଜିକ ଓ ମାନସିକ ସମସ୍ୟା ବଢ଼େ। ଜରୁରୀକାଳିନ ପରମାଣୁ ପ୍ରତିକ୍ରିୟା ପ୍ରୟାସକୁ ହ୍ରାସ କରିବାକୁ ବାରୋନ୍ ଏକ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ ଅଟେ। ୟୁକ୍ରେନରେ ୧୯୮୬ରେ ଚେରନୋବିଲ୍ ବିପତ୍ତି ସମୟରେ ଏହାକୁ ବ୍ୟବହାର କରାଯାଇଥିଲା। ଯାହା ପରମାଣୁ ପ୍ରତିଫଳନକୁ ରୋକିଥିଲା। ଆଉ ଏହାର ରେଡିଏସନକୁ ବାଲି, ବରୋନ୍, ମାଟି ଓ ସୀସାର ମିଶ୍ରଣ ଦ୍ୱାରା ପ୍ରତିହତ କରାଯାଇଥିଲା। କିରାନା ହିଲ୍ସରେ ଥିବା ପରମାଣୁ ବୋମା ଷ୍ଟୋରେଜ ଲିକେଜ୍ ସହ ଶହେ କିଲୋମିଟର ଦୂର ପର୍ଯ୍ୟନ୍ତ ଲୋକଙ୍କୁ ଖାଲି କରାଯାଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। କିରାନା ହିଲ୍ସରେ ପରମାଣୁ ବୋମା ଷ୍ଟୋରେଜ ଥିବା ବାବଦରେ ତେବେ ଭାରତୀୟ ସେନା କହିଛି, ସେ ବାବଦରେ ସେମାନେ ଜାଣିନାହାନ୍ତି। ପାକିସ୍ତାନ ଏୟାରବେସ୍ ଉପରେ ଭାରତର କଡ଼ା ପ୍ରହାର ଭିତରେ ଇସଲାମାବାଦ ପାଖରେ ଥିବା ନୁର୍ ଖାନ୍ ଏୟାରବେସ୍ ବି ସାମିଲ୍ ଥିଲା। ଆଶଙ୍କା କରାଯାଉଛି କି, ଭାରତର ଆକ୍ରମଣ ସମ୍ୱେଦନଶୀଳ ପରମାଣୁ ଅସ୍ତ୍ରାଗାରକୁ ପ୍ରଭାବିତ କରିଛି କି। ପାକିସ୍ତାନ ସେନା ବି ପୁଷ୍ଟି କରିଥିଲା, ପାକିସ୍ତାନର ୩ଟି ବାୟୁସେନା ଠିକଣା ଉପରେ ଭାରତ ମିସାଇଲ୍ ଆଟାକ୍ କରିଛି। ଏଥିରେ ରାଓ୍ୱଲପିଣ୍ଡିରେ ନୁରଖାନ୍ ଏୟାରବେସ୍ ବି କ୍ଷତି ହୋଇଛି। ଏହା ପାକିସ୍ତାନ ସେନା ମୁଖ୍ୟାଳୟ ଅଟେ। ନୁର୍ ଖାନ୍ ବେସ୍ ପାକିସ୍ତାନ ପରମାଣୁ କମାଣ୍ଡର ମୁଖ୍ୟ ଢାଞ୍ଚା ଅଟେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now