ଏୟାରବସ୍ A320 ରେ ସଫ୍ଟଓ୍ୱେର ଅପଡେଟ୍ ପାଇଁ ପୁରା ବିଶ୍ୱରେ ଥମିଗଲା ବିମାନସେବା। ଦୁନିଆରେ ୬ହଜାରରୁ ଅଧିକ ବିମାନ ସେବା ପ୍ରଭାବିତ ହୋଇଥିଲା ବେଳେ ଭାରତରେ ୪ଶହରୁ ଅଧିକ ଫ୍ଲାଇଟ୍ ପ୍ରଭାବିତ ହୋଇଛି। ଏୟାରବସ୍ A320 ରେ ଏକ ସମସ୍ୟା ଉପୁଜିଥିଲା। ଏହି ସମସ୍ୟାକୁ ଦୂର କରିବାକୁ କମ୍ପାନୀ ଏକ ସଫ୍ଟଓ୍ୱେର ଜାରି କରିଛି। ଏହାକୁ ଇନଷ୍ଟଲ କରିବା ଜରୁରୀ। ଏ ସବୁ ଫ୍ଲାଇଟକୁ ନିଜର ରେଗୁଲାର ସର୍ଭିସ ପୂର୍ବରୁ ଏହି ସଫ୍ଟଓ୍ୱେରକୁ ଅପଡେଟ୍ ସହ ଇନଷ୍ଟଲସେନ କରିବା ଜରୁରୀ। ଏୟାରକ୍ରାଫ୍ଟରେ ସୋଲାର ରେଡିଏସନ କାରଣରୁ ଜରୁରୀ ଡାଟାକୁ ଏହା କରପ୍ଟ କରିପାରେ। ଏହି ଡାଟା ଫ୍ଲାଇଟ୍ କଣ୍ଟ୍ରୋଲ ସହ ଜଡ଼ିତ। ଏୟାରବସ୍ କମ୍ପାନୀ ମାନିଛି ଯେ, ଏହି ସଫ୍ଟଓ୍ୱେର ଅପଡେଟ୍ ଲାଗି ପୁରା ଦୁନିଆରେ ବିମାନସେବା ପ୍ରଭାବିତ ହେବ। ଏହି ଅପଟେଡ୍ ସୁରକ୍ଷା ଦୃଷ୍ଟିରୁ ବେଶ୍ ମହତ୍ତ୍ୱପୂର୍ଣ୍ଣ। ଗଲା ମାସ ୩୦ ତାରିଖରେ କୈନକନରୁ ନେଓ୍ୱାର୍କ ଯାଉଥିବା ଏକ ଜେଟ୍ ବ୍ଲୁ ଫ୍ଲାଇଟରେ ସମସ୍ୟା ଦେଖାଯାଇଥିଲା। ଅଲଟିଚ୍ୟୁଡ୍ ଅଚାନକ ଖସିଯିବାରୁ ଏୟାରକ୍ରାଫ୍ଟରେ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ଫ୍ଲାଇଟ୍ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଆମେରିକା ଫେଡାରାଲ ଆଭିଏସନ ଆଡମିନିଷ୍ଟ୍ରେସନ ତଦନ୍ତ କରିଥିଲା। ଏହା ପରେ ଯାଇ ସମସ୍ତ ଏୟାରଲାଇନ୍ସ ଜରୁରୀକାଳୀନ ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଛି। ଏହି କାରଣରୁ ଫ୍ଲାଇଟର ସଞ୍ଚାଳନ ପ୍ରଭାବିତ ହେଉଛି। ଭାରତରେ ଏହାର ପ୍ରଭାବ ଅଧିକା ଦେଖାଯାଉଛି। କାରଣ ଭାରତରେ A320 ଏୟାରକ୍ରାଫ୍ଟସର ଅଧିକ ବ୍ୟବହାର ହୁଏ। ଭାରତରେ ଏହି ଫ୍ୟାମିଲିର ପ୍ରାୟ ୪ଶହ ଏୟାରକ୍ରାଫ୍ଟରେ ସଫ୍ଟଓ୍ୱେର ଅପଡେଟର ପ୍ରଭାବ ରହିଛି। ଯାହାକୁ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବ୍ୟବହାର କରନ୍ତି। ଏହି ପୁରା ପ୍ରକ୍ରିୟା ସାରିବାକୁ ୨ରୁ ୩ ଦିନ ଲାଗେ। ବିଶେଷ କରି ଇଣ୍ଡିଗୋ ସର୍ଭିସ ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ। ଇଣ୍ଡିଗୋ A320 ଫ୍ୟାମିଲିର ୧୧ହଜାର୩ଶହରୁ ଅଧିକ ଏୟାରକ୍ରାଫ୍ଟ ଚାଲିଛି। ଏଥିରୁ ପ୍ରାୟ ୬ହଜାର୪୪୦ ଏୟାରକ୍ରାଫ୍ଟ A320ର ମଡେଲ୍। ମୋଟ୍ ଉପରେ କହିବାକୁ ଗଲେ, ପୁରା ଦୁନିଆରେ ଏମିତି ୬ହଜାର ବିମାନ ଅଛି। ଏୟାରବସ୍ ଓ ବୋଇଂ ମିଶିକି ଦୁନିଆର ତିନି-ଚତୁର୍ଥାଂଶରୁ ଅଧିକ ବିମାନବଜାରକୁ ସମ୍ଭାଳନ୍ତି। ସେଥିଲାଗି ଏହାର କୌଣସି ବଡ଼ ମଡେଲରେ ସମସ୍ୟା ଉପୁଜିଲେ, ଏହାର ପ୍ରଭାବ ବଡ଼ ଧରଣର ଯାତ୍ରୀ ସେବା ଉପରେ ପଡ଼ିବା ଥୟ। ଯାହାର ସଫ୍ଟଓ୍ୱେରକୁ ତୁରନ୍ତ ଅପଡେଟର ଆବଶ୍ୟକତା ଅଛି। ଅପଡେଟ୍ କାରଣରୁ ଅନେକ ଫ୍ଲାଇଟ୍ ବାତିଲ ସହ ଉଡ଼ାଣରେ ଯଥେଷ୍ଟ ବିଳମ୍ୱ ସମସ୍ୟା ସହ ଜୁଝିବାକୁ ପଡ଼ୁଛି। ଓଡ଼ିଶାରେ ବି ବିମାନ ସେବା ବାଧା ପାଇବାର ଆଶଙ୍କା ରହିଛି।ଆସନ୍ତା ସୋମବାର ବା ମଙ୍ଗଳବାର ସୁଦ୍ଧା ଇଣ୍ଡିଗୋ ପାଖରେ ଥିବା ୩୫୦ରୁ ସିରିଜର ପ୍ରାୟ ୨୫୦ ବିମାନରେ ଅପଗ୍ରେଡ୍ ସରି ସେବା ସ୍ୱାଭାବିକ ହେବାର ସମ୍ଭାବନା ରହିଛି। ଏୟାରଇଣ୍ଡିଆ ପାଖରେ ଥିବା ୧୨୫ ବିମାନରୁ ପ୍ରାୟ ଶହେ ବିମାନରେ ବି ମଙ୍ଗଳବାର ସୁଦ୍ଧା ସଫ୍ଟଓ୍ୱେର ଅପଗ୍ରେଡ ହୋଇଯିବ ବୋଲି କୁହାଯାଉଛି। ଆମେରିକାରେ ଥିବା ଏହି ସିରିଜର ୪୮୦ ବିମାନରୁ ପ୍ରାୟ ୩୫୦ ବିମାନର ଅପଡେଟ୍ ମଙ୍ଗଳବାର ସୁଦ୍ଧା ହେବ। ଏହି ଏୟାରବସର ଗଲା ୫୫ ବର୍ଷ ଇତିହାସରେ ସବୁଠୁ ବଡ଼ ରିକଲ୍ ହୋଇପାରେ। କିଛି ସପ୍ତାହ ତଳେ A320 ବୋଇଂ ୭୩୭ରୁ ପଛରେ ପକାଇ ଦୁନିଆର ସବୁଠୁ ବଡ଼ ଡେଲିଭରି ବିମାନ ମଡେଲ୍ ହେବାର ଖ୍ୟାତି ହାସଲ କରିଛି। ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଭାରତ, ନ୍ୟୁଜିଲ୍ୟାଣ୍ଡ ଏୟାରଲାଇନ୍ସ ଚେତାବନୀ ଦେଇଛି ଯେ, ଆବଶ୍ୟକ ମରାମତିରେ ଡେରି କାରଣରୁ ଫ୍ଲାଇଟ୍ ବାତିଲ୍ ହୋଇପାରେ। ଲୁଫଥାଂସା, ଇଣ୍ଡିଗୋ ଓ ଇଜିଜେଟ୍ ଭଳି ପ୍ରମୁଖ ଏୟାରଲାଇନ୍ସ ଅପଡେଟ୍ ପାଇଁ କିଛି ସମୟ ନିଜର ବିମାନକୁ ଗ୍ରାଉଣ୍ଡ୍ କରିବାକୁ ପ୍ଲାନିଂ କରିଛି। ଦକ୍ଷିଣ ଆମେରିକାରେ ଆଭିୟାଙ୍କା କହିଛି, ୭୦ ପ୍ରତିଶତ ସେବା ପ୍ରଭାବିତ ହେବ। ସେଥିଲାଗି ଏୟାରଲାଇନ୍ସ କମ୍ପାନୀ ଡିସେମ୍ୱର ୮ ଯାଏ କିଛି ଯାତ୍ରୀଙ୍କ ଟିକଟ ବିକ୍ରିକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now