ଅବିଭାଗିକୃତ

ରାଜନାଥଙ୍କୁ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସୁନ୍ଦର ଉପହାର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଧଳା ଘୋଡା ଉପହାର। ମଙ୍ଗୋଲିଆ ରାଷ୍ଟ୍ରପତି ଉଖନାଗିନ ଖୁରେଲସୁଖ ମଙ୍ଗୋଲିଆ ଗସ୍ତ କାଳରେ ସିଂହଙ୍କୁ ଏକ ଉଚ୍ଚ ମାନର ଘୋଡା ଉପହାର ଦେଇଛନ୍ତି। ଏହି ସୁନ୍ଦର ଓ ନିଆରା ଉପହାର ପାଇଁ ସିଂହ ମଙ୍ଗୋଲିଆ ରାଷ୍ଟ୍ରପତି ଖୁରେଲସୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଟ୍ବିଟର ପେଜରେ ଘୋଡାର ଫଟୋ ଟ୍ବିଟ କରି ଲେଖିଛନ୍ତି ଧନ୍ୟବାଦ ରାଷ୍ଟ୍ରପତି ଖୁରେଲସୁଖ, ଧନ୍ୟବାଦ ମଙ୍ଗୋଲିଆ।  ସେ ଆହୁରି ଏହି ଉପହାରକୁ ଏକ ସ୍ବତନ୍ତ୍ର ଉପହାର କହିବା ସହ  ତାଙ୍କ ମଙ୍ଗୋଲିୟ ବନ୍ଧୁଙ୍କ ପକ୍ଷରୁ  ମିଳିଥିବା ଉପହାରର ନାମ ତେଜସ ଦେଇଥିବା ଉଲ୍ଲେଖ କରିଛନ୍ତି। ରାଜନାଥ ହେଉଛନ୍ତି ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଯିଏ ମଙ୍ଗୋଲିଆ ଗସ୍ତ କରିଛନ୍ତି। ମଙ୍ଗଳବାର ସେ ମଙ୍ଗୋଲିଆ ଗସ୍ତ କରି ସେଠାର ପ୍ରତିରକ୍ଷା ମନ୍ତ୍ରୀ ସୈଖାନବୟାର ଗୁର୍ସେଦଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ଏହା ପରେ ସେ ସେଠାକାର ରାଷ୍ଟ୍ରପତିଙ୍କୁ ଭେଟିଥିଲେ।  ଏହା ପୂର୍ବରୁ ୭ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାନ ଉପହାର ଦେଇଥିଲା ମଙ୍ଗୋଲିଆ ସରକାର। ୨୦୧୫ରେ ମୋଦିଙ୍କୁ  ତାଙ୍କ ମଙ୍ଗୋଲୀୟ ପ୍ରତିପକ୍ଷ ଏକ ବ୍ରାଉନ ରେସ ହର୍ସ ଉପହାର ଦେଇଥିଲେ, ଯାହାର ନାମ କରଣ କରିଥିଲେ ମୋଦି କଣ୍ଠକ।

Related Articles

Leave a Reply

Your email address will not be published.

Back to top button