ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହିଲେ SRC?

ସମ୍ଭାବ୍ୟ ବାତ୍ୟାକୁ ନେଇ SRC ଙ୍କ ପ୍ରେସମିଟ । ଆସନ୍ତାକାଲି ସ୍ପଷ୍ଟ ହେବ ଘୁର୍ଣ୍ଣିବଳୟ ଚିତ୍ର। ଆସନ୍ତାକାଲି ସନ୍ଧ୍ୟା ପରେ IMD ସ୍ପଷ୍ଟ କରିବ ବାତ୍ୟା ହେବ ନା ନାହିଁ। ତେବେ ଯଦିଓ ଆଶଙ୍କା ରହିଛି, ତଥାପି ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଆଜି ୧୮ ଜିଲାପାଳଙ୍କ ସହ ଆଲୋଚନ ହୋଇଛି। NDRF , ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ମଧ୍ୟ ଆଲୋଚନା ହୋଇଛି । ୧୭ ଟି NDRF ଟିମ, ୨୦ଟି ଓଡ୍ରାଫ, ୧୭୫ ଟି ଅଗ୍ନିଶମ ବିଭାଗର ଟିମ୍ ପ୍ରସ୍ତୁତ ହୋଇ ରହିଛନ୍ତି। ଶକ୍ତି, ନଗର ଉନ୍ନୟନ, ପଂଚାୟତିରାଜ , ପନୀୟ ଜଳ ବିଭାଗ ସହ ଆଲୋଚନା ହୋଇଛି। ଶକ୍ତି ବିଭାଗ ପୁରା ପ୍ରସ୍ତୁତ ରହିଛି। ଆସନ୍ତାକାଲି ଟେଲିକମ ଅଧିକାରୀ ସହ ଆଲୋଚନା କରାଯିବ। କଳାବଜାରି ,ଅଯଥାରେ ଦର ବୃଦ୍ଧି ଏବଂ କିଣା ବିକା ଉପରେ ନଜର ରଖବେ ଜିଲ୍ଲାପାଳ। କଳାବାଜାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ କହିଛନ୍ତି ସରକାର। ବଜାରରେ ସାମଗ୍ରୀ ମହଜୁତ ରହିଛି। ସମର ସାଇକ୍ଲୋନ ହେଇଥିବାରୁ ବନ୍ୟା ହେବାର ସମ୍ଭାବନା ନାହିଁ।
ତେବେ ବତ୍ୟା ନେଇ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନଥିବାରୁ, ଜନସାଧାରଣଙ୍କୁ ଭୟବିତ ନହେବାକୁ କହିଛନ୍ତି SRC । ଏହାସହ ସରକାରୀ ସୂଚନାକୁ ହି ନଜର ରଖିବାକୁ କହିଛନ୍ତି SRC ।