ଓଡ଼ିଶାରାଜନୀତି

୭ରେ ଝାରସୁଗୁଡାରେ ପ୍ରଚାର କରିବେ ନବୀନ – ଧର୍ମେନ୍ଦ୍ର

ଭୁବନେଶ୍ୱର – ଆସନ୍ତା ୭ ତାରିଖରେ ଝାରସୁଗୁଡାରେ ଦେଖିବାକୁ ମିଳିବ ହାଇ ଭୋଲଟେଜ୍ ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଆସନ୍ତା ୭ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।ଦୀପାଳିଙ୍କ ପାଇଁ ନବୀନ ନିର୍ବାଚନୀ ସଭା କରିବା ସହ ଭୋଟ ପାଇଁ ଅପିଲ କରିବେ । ସେହିଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଝାରସୁଗଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।
ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାରେ ନିର୍ବାଚନୀ ସଭା ସହ ରୋଡ ସୋ’ କରିବେ କେନ୍ଦ୍ରମନ୍ତ୍ରୀ । ଦୁଇ ଦଳର ହେଭିୱେଟ୍ ନେତା ସମାନ ଦିନରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଥିବାରୁ ସେଠାରେ ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳିପାରେ ।

Leave a Reply

Your email address will not be published.

Back to top button