ପାଣିପାଗ ଓ ପରିବେଶ

ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୨ ଡ଼ିଗ୍ରୀ ଉପରେ : ଝାରସୁଗୁଡ଼ାରେ ସର୍ବାଧିକ ୩୮.୬ ଡ଼ିଗ୍ରୀ           

ଭୁବନେଶ୍ଵର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୨ ଡ଼ିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୮.୬ ଡ଼ିଗ୍ରୀ ରହିଛି ।

ସେହିପରି ସମ୍ବଲପୁରରେ ୩୮.୪ ଡ଼ିଗ୍ରୀ, ଭୁବନେଶ୍ଵରରେ ୩୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୫.୮ ଡ଼ିଗ୍ରୀ, ବାଲେଶ୍ଵରରେ ୩୪.୮ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ପାରାଦୀପରେ ୩୩.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୨.୬ ଡ଼ିଗ୍ରୀ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button