୪୫ ଡିଗ୍ରୀ ଟପିଲା ସମ୍ୱଲପୁର ଓ ଝାରସୁଗୁଡ଼ାର ପାରଦ

Spread the love

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କଲାଣି । ତା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି । ଖରା ଏତେ ଯେ ଆକାଶରୁ ନିଆଁ ବର୍ଷିଲା ପରି ମନେ ହେଉଛି । ଏହି କ୍ରମରେ ଏବର୍ଷର ସମ୍ୱଲପୁର ଓ ଝାରସୁଗୁଡ଼ାର ତାପମାତ୍ରା ରେକର୍ଡ ଭାଙ୍ଗିଛି । ଶୁକ୍ରବାର ଏହି ଦୁଇ ସହରର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଛି । ଝାରସୁଗୁଡ଼ାରେ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୨ଡିଗ୍ରୀ ରେକର୍ଡ ହୋଇଛି । ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ରହିଥିବା ବେଳେ ସେଥିରୁ ୬ ସହର ୪୪ ଡିଗ୍ରୀ ଉପରେ ରହିଛି ।

ଭୁବନେଶ୍ୱର ସ୍ଥିତ ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାୟୀ ଶୁକ୍ରବାର ଝାରସୁଗୁଡ଼ାରେ ୪୫.୬ ଡିଗ୍ରୀ ,ସମ୍ବଲପୁରରେ ୪୫.୨ଡିଗ୍ରୀ , ସୋନପୁରରେ ୪୪.୮ , ହୀରାକୁଦରେ ୪୪.୭, ବୌଦ୍ଧରେ ୪୪.୬, ବଲାଙ୍ଗୀରରେ ୪୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡରେ ୪୩.୮ , ରାଉରକେଲା ଓ ଭବାନୀପାଟଣା ୪୩.୬, ଟିଟିଲାଗଡ ୪୩.୫, ତାଳଚେର ୪୩.୨, ଅନୁଗୁଳ ୪୨.୭ , ବାରିପଦା ୪୨.୬ , ବରଗଡ଼ ଓ ଦେବଗଡରେ ୪୨.୪, ନୂଆପଡା ୪୨, କେଉଁଝର ୪୧.୨, ଜଗତସିଂହପୁର ଓ ଢେଙ୍କାନାଳରେ ୪୧, କଟକରେ ୪୦.୪ , କେନ୍ଦ୍ରାପଡାରେ ୪୦.୨ ଓ ଫୁଲବାଣୀରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅପରପକ୍ଷରେ ରାଜଧାନୀର ତାପମାତ୍ରା ୩୮.୨ ଡିଗ୍ରୀ ରହିଛି ।

Leave a Reply

Your email address will not be published. Required fields are marked *