ଯାଜପୁର

୧୬ନଂ ଜାତୀୟ ରାଜପଥ ଛତିଆ ନିକଟରେ ବସ ସହ ଟ୍ରେଲରର ଧକ୍କା, ୫ଜଣ ଆହତ, ଅଳ୍ପକେ ବର୍ତିଲେ ୫୦ଜଣ ଯାତ୍ରୀ

ଧର୍ମଶାଳା : ଯାଜପୁରରେ ଏକ ବଡ ଦୁର୍ଘଟଣା ବାର୍ତିଗଲା । ବସ ସହ ଟ୍ରେଲରର ଧକ୍କା ହେବା ଫଳରେ ୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୫୦ଜଣ ଯାତ୍ରୀ । ଏଭଳି ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଛତିଆ ନିକଟରେ । ଆଜି ଅପରାହ୍ନ ସମୟରେ କଟକରୁ ଯାଜପୁର ଅଭିମୁଖେ ଆସୁଥିବା ଏକ ଘରୋଇ ବସ ଛତିଆ ନିକଟରେ ଏକ ଟ୍ରେଲରକୁ ଅତିକ୍ରମ କରୁଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଉଭୟ ଗାଡି ରାସ୍ତା ମଝିରେ ଥିବା ଡିଭାଇଡ଼ର ଉପରକୁ ମାଡି ଯାଇଥିଲା । ଫଳରେ ବସରେ ଥିବା ୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି ।

Related Articles

Leave a Reply

Your email address will not be published.

Back to top button