ଆଜମଙ୍କ ଅପିଲ ଖାରଜ

ନୂଆଦିଲ୍ଲୀ: ସପା ନେତା ଆଜମଙ୍କ ଯାଚିକା ଏମପି-ଏମଏଲଏ କୋର୍ଟରେ ଖାରଜ। ଏହା ଉପରେ ଓକିଲଙ୍କୁ ଶୁକ୍ରବାର ଦିନ ଆଜମଙ୍କ ଅପିଲ ଉପରେ ଆପତ୍ତି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଆଜମଙ୍କ ମାମଲାରେ ଆଗାମୀ ଶୁଣାଣି ଶୁକ୍ରବାର ହେବ।

 ହିଂସା ଉଦ୍ରେକକାରୀ ଭାଷଣ ପାଇଁ ଅକ୍ଟୋବର ୨୭ରେ ରାମପୁର ଏମପି-ଏମଏଲଏ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ହଜାର ଟଙ୍କା ଜରିମାନା ଓ ତିନି ବର୍ଷର କାରାଦଣ୍ଡାଦେଶ ଶୁଣାଇଥିଲେ। ଅକ୍ଟୋବର ୨୮ ତାରିଖରେ ତାଙ୍କ ବିଧାୟକ ପଦ ରଦ୍ଦ କରାଯାଇଥିଲା। ଫଳରେ ରାମପୁର ବିଧାନସଭା ଆସନ ପାଇଁ ନଭେମ୍ବର ୫ ତାରିଖରେ ନିର୍ବାଚନ ଆୟୋଗ ନିର୍ବାଚନ କରାଇବାକୁ ଘୋଷଣା କରିଥିଲେ।

ନାମାଙ୍କନ ନଭେମ୍ବର ୧୦ରୁ ଆରମ୍ଭ ହେଉଥିବା ବେଳେ ଏହା ପୂର୍ବରୁ ନଭେମ୍ବର ୭ ତାରିଖରେ ଆଜମ ଖାନ ସୁପ୍ରିମକୋର୍ଟରେ ସରକାରର ଆଭିମୁଖ୍ୟ ଓ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିସହ ବୁଧବାର ଦିନ ନିମ୍ନ କୋର୍ଟଙ୍କ ରାୟ ଉପରେ ଷ୍ଟେ ଆଦେଶ ଦେବାକୁ ଆଜମ ସର୍ବୋଚ୍ଚ କୋର୍ଟରେ ଅପିଲ କରିଥିଲେ ।  ବୁଧବାର ସୁପ୍ରିମ କୋର୍ଟଙ୍କ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି ଆଜମଙ୍କ ବିରୋଧରେ ତରବରିଆ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରିଥିଲେ। ଏହା ଉପରେ ଗୁରୁବାର ଏମପି ଏମଏଲଏ କୋର୍ଟରେ ଶୁଣାଣି କରିବାକୁ  ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।    ତେବେ 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *