ଭାଙ୍ଗିଦିୟ ୪୮ ଉଚ୍ଚ ଅଟାଳିକା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ୪୮ ଉଚ୍ଚ ଅଟାଳିକା ଭାଙ୍ଗିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ l ବିମାନ ବନ୍ଦର ନିକଟରେ ଥିବା ୪୮ ସୁଉଚ୍ଚ ଅଟାଳିକାକୁ ଭାଙ୍ଗିବାକୁ ସୁବୁର୍ବନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ବିମାନ ବନ୍ଦର ନିକଟରେ ଉଚ୍ଚତା ନିୟମକୁ ପାଳନ ନ କରି ନିର୍ମାଣ ହୋଇଥିବା କୋଠାକୁ ଭାଙ୍ଗିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିଜିସିଏଙ୍କ ନିର୍ଦ୍ଦେଶ ପରେ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଶୁକ୍ରବାର ଆସିଛି। ମୁମ୍ବାଇ ବିମାନବନ୍ଦର ନିକଟରେ ଗଢିଉଠୁଥିବା ସୁଉଚ୍ଚ ଅଟ୍ଟାଳିକା ପାଇଁ ବିମାନ ଚଳାଚଳରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣା ଆଶଙ୍କା ବୃଦ୍ଧିପାଇଛି।

ଏହାକୁ ଦୃଷ୍ଟିରେ ରଖି ଜନୈକ ଓକିଲ ଜଶବନ୍ତ ସେନୋଙ୍କ ଦ୍ବାରା ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ମୋଟ ୪୮ ସୁଉଚ୍ଚ କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ୪୮ କୋଠା ଉଚ୍ଚତା ନିୟମକୁ ଉଲ୍ଲଙ୍ଘନ କରି ନିର୍ମାଣ ହୋଇଛି। ତେଣୁ ନିୟମ ବହିର୍ଭୁତ ସମସ୍ତ ମହଲାକୁ ଭାଙ୍ଗିବାକୁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  • ଶିଳା ରାୟଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *