ହେଟ ସ୍ପିଚକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ହେଟ ସ୍ପିଚ ବା ଘୃଣା ଉଦ୍ରେକକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ। ହେଟ ସ୍ପିଚ ଦେଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି କି, ଧର୍ମର ଚିନ୍ତା ନ କରି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଦେଶରେ ମୁସଲମାନ ସମୁଦାୟଙ୍କୁ ଟାର୍ଗେଟ କରାଯାଉଥିବା ଓ ଆତଙ୍କିତ କରିବାକୁ ବଢିଚାଲିଥିବା ବିପଦ ଉପରେ ନିୟନ୍ତ୍ରଣ ଆଣିବାକୁ କୋର୍ଟଙ୍କ ହସ୍ତକ୍ଷେପ ପାଇଁ ଦାବି କରି ହୋଇଥିବା ଯାଚିକାର ଶୁଣାଣି କରି ହେଟ ସ୍ପିଚକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ କୋର୍ଟ।

ଜଷ୍ଟିସ କେଏମ ଜୋସେଫଙ୍କ ଖଣ୍ଡପୀଠ କହିଛନ୍ତି କି, ୨୧ ତମ ଶତାବ୍ଦୀରେ ଏ କଣ ହେଉଛି? ଧର୍ମ ନାମରେ ଆମେ କେଉଁଠି ପହଞ୍ଚି ଗଲେଣି?ଆମେ ଇଶ୍ବରଙ୍କୁ କେତେ ଛୋଟ କରିଦେଉଛୁ? ଜଷ୍ଟିସ ଜୋସେଫ ଆହୁରି କହିଛନ୍ତି, ଭାରତର ସମ୍ବିଧାନ ବୈଜ୍ଞାନିକ ଚିନ୍ତାଧାର ବିକଶିତ କରିବା କଥା କହୁଛି। ଘୃଣା ସୃଷ୍ଟିକାରୀ ଭାଷଣ ପାଇଁ ଦେଶର ମାହୋଲ ଚିନ୍ତାଜନକ ହୋଇଛି। ଏପରି ବୟାନ ବିଚଳିତ କଲାପରି। ଏପରି ବୟାନକୁ ବରଦାସ୍ତ କରାଯିବା ନାହିଁ ବୋଲି କୋର୍ଟ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *