ଅପରାଧବିଶ୍ୱ

କାବୁଲ ବିଦେଶ ମନ୍ତ୍ରଣାଳୟ ନିକଟରେ ବିସ୍ଫୋରଣ, ୬ ମୃତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ  ଜୋରଦାର ବିସ୍ଫୋରଣ। କାବୁଲ ବିଦେଶ ମନ୍ତ୍ରଣାଳୟ ବାହାରେ ହୋଇଥିବା ଏହି ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ଏହି ବିସ୍ଫୋରଣକୁ ନେଇ ସରକାରୀଭାବେ କୌଣସି ବୟାନ ଜାରି କରାଯାଇନାହିଁ।

ସୂଚନା ମୁତାବକ, ସୋମବାର ଅପରାହ୍ନରେ ହାଉଦଜଇ ଟ୍ରେଡ ସେଣ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ତେବେ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ବିସ୍ଫୋରଣ, ଆକ୍ରମଣ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ବହୁ ଲୋକଙ୍କ ଜୀବନ ଯାଉଛି। ତେବେ ଆଜି ହୋଇଥିବା ବିସ୍ଫୋରଣସ୍ଥଳରେ ଜାନୁଆରୀ ମାସରେ ମଧ୍ୟ ଏକ ବିରାଟ ଧରଣର ବିସ୍ଫୋରଣ ହୋଇଥିଲା। ଏଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।  ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା।

ସେହିପରି ଗତ ୧୨ ଡିସେମ୍ବରକୁ କାବୁଲର ସହର ଏ ନଭା ଅଞ୍ଚଳର ଏକ ହୋଟେଲକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। କାରଣ ସେଠାରେ ବରିଷ୍ଠ ଚୀନ ଅଧିକାରୀଙ୍କ ଆତଯାତ ଜାରି ରହିଛି। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଗୁରୁତର ଆହତ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button