ବିଶ୍ୱ

ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩୦ ମୃତ

ଇସଲାମାବାଦ: ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଗିଲଗିଟ୍‌ରୁ ରାୱଲପିଣ୍ଡି ଯାଉଥିବା ଏକ ଯାତ୍ରୀବାହି ବସ ସହ ଖାଇବର ଅଞ୍ଚଳରେ କାର ମୁହାଁମୁହିଁ ଧକ୍କା  ଧକ୍କା ହେବାରୁ ବସଟି ଓଲଟି ପଡିଥିଲା। ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ହୋଇଥିଲା।

ମଙ୍ଗଳବାର ରାତିରେ ଖାଇବର କ୍ଷେତ୍ରରେ ଦୁର୍ଘଟଣା ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ପରେ ପୁଲିସ ପ୍ରଶାସନ ସେଠାରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ  ଆରଏଚ୍‌ସି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ରାତିରେ ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ପୁଲିସକୁ ବହୁ ଅସୁବିଧା ସାମ୍ନା କରିବାକୁ ପଡ଼ିଥିଲା। ଗୀଲଗୀଟ୍ ବାଲିଚିସ୍ତାନ ମୁଖ୍ୟମନ୍ତ୍ରୀ ଖାଲିଦ୍ ଖୁରସିଦ୍ ସମସ୍ତ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାଛଡ଼ା ଲୋକଙ୍କୁ ସହାୟତା କରିବା ନିମନ୍ତେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍ ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ, ପାକିସ୍ତାନରେ ସଡ଼କ ଦୁର୍ଘଟଣା ଏକ ସାମାନ୍ୟ ଘଟଣାରେ ପରିଣତ ହୋଇଯାଇଛି। ଖରାପ ରାସ୍ତା ଯୋଗୁ ଏଠାରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବଢ଼ୁଛି। ଗତମାସରେ ବାଲୋଚୁସ୍ତାନର ଲାସବେଲାରେ ଏଭଳି ଏକ ଦୁର୍ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button