ଶାଢୀ ପିନ୍ଧିବା ସ୍ୱପ୍ନ ପୁରାହେଲା…

Spread the love

ମହିଳା ମାନେ ସାଧାରଣତଃ ଶାଢୀ ପିନ୍ଧିଥାନ୍ତି । ଶାଢୀ ହେଉଛି ମହିଳା ମାନଙ୍କର ପ୍ରକୃତ ଅଳଙ୍କାର । ବିଶେଷ କରି ଭାରତୀୟ ନାରୀ ମାନେ ଶାଢୀ ପିନ୍ଧିବା କୁ ଦେଶ ବିଦେଶ ସବୁବେଳେ ଚର୍ଚ୍ଚା । କିନ୍ନର ମାନ ଶାଢୀ ପିନ୍ଧିବା ସମସ୍ତେ ଦେଖିଛନ୍ତି । କିନ୍ତୁ ପୁରଷ ମାନଙ୍କ ମଧ୍ୟ୍ୟରେ ଶାଢୀ ପିନ୍ଧିବା ପାଇଁ ଆଗ୍ରହ ସୃଷ୍ଟି ହେବା ନିଶ୍ଚିତ ଭାବରେ ବ୍ୟତିକ୍ରମ । । ଜଣେ ଛାତ୍ର ସ୍କୁଲ ଫେୟ୍ୟାରୱେଲ ଦିନ ଶାଢୀ ପିନ୍ଧି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଶନତ ଶାଢୀ ପିନ୍ଧିବା ସହ ଲିଙ୍ଗଗତ ଭେବଭାବ କୁ ଦୁର କରିଛନ୍ତି । ଭାରତୀୟ ହେଉ ଅବା ପାଶ୍ଚାତ୍ୟ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ମନ ପସନ୍ଦର ଡ୍ରେସ ପିନ୍ଧି ଆସିଥିଲେ । ଶନତ ଏହି ଭିଡିଓ କୁ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲେ । ବିଡିଓ କୁ ୨୧ ହଜାର ଫଲୋଅରସ୍ ଅଛନ୍ତି । ଶନତ ଙ୍କର ପ୍ରତଣରୁ ଶାଢୀ ପିନ୍ଧିବା ପାଇଁ ଆଗ୍ରହ ଥିଲା । ସାଧାରଣରେ କେବେ ଶାଢୀ ପିନ୍ଧିବା ପାଇଁ ସାହସ ଜୁଟାଇ ନଥିଲେ ।

ଘରେ ଅନକେ ଥର ଶାଢୀ ପିନ୍ଧିଛନ୍ତି । ଖାଲି ସେତିକି ନୁହେଁ ଛୋଟ ଥିଲା ବେଳେ ମା ଙ୍କ ଅନୁପସ୍ଥିତି ରେ ତାଙ୍କ ହାଇ ହିଲ୍ ଚପଲ ପିନ୍ଧି ମଜା ନେଉଥିଲେ । ସ୍କୁଲ ଫେୟ୍ୟାରୱେଲ ରେ ଶାଢୀ ପିନ୍ଧିବାର ସ୍ବପ୍ନ ଥିଲା ତାଙ୍କର ବହୁ ଦିନରୁ ଶେଷରେ ଏହା ପୁରଣ ହେଲା । ଶାଢୀ ପିନ୍ଧିବା ର ଭରପୁର ମଜା ଉଠାଇବା ସହ ଅନ୍ୟ ମାନଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଏହି ଭିଡିଓ ଫେବୁଆରୀ ୨୧ ତାରିଖ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ ଶନତ । ଶନତ ପୁଅ ନା ଝିଅ କିଛି ସମୟ ପାଇଁ ଦେଖଣାହାରୀ ମଧ୍ୟ୍ୟ ଚକିତ ହୋଇଯାଇଥିଲେ । ଖାଲି ବାହାରେ ନୁହେଁ ଘର ଲୋକ ମଧ୍ୟ୍ୟ ତାଙ୍କୁ ଦେଖି ଆଶ୍ଚର୍ୟ୍ୟ ହୋଇଗଲେ ।

ଶନତ ତାଙ୍କ ଜେଜେ ମାଙ୍କ ପାଖକୁ ପଇସା ମାଗିବା ପାଇଁ ଯାଇଥିଲେ କିନ୍ତୁ ଜେଜେ ମା ଚିହ୍ନିବା ରେ ଭୁଲ କରଥିଲେ । ସେ ଭାବିଲେ ଶନତ ଙ୍କ ମା ଆସିଛନ୍ତି । ଜାଣିବା ପରେ ତାଙ୍କୁ ପ୍ରଶଂସା ରେ ପୋତି ପକାଇଲେ । ସମାନ ଘଟଣା ସ୍କୁଲ ଶାଢୀ ପିନ୍ଧି ଯିବା ସମୟରେ ଶନତ ଙ୍କ ସହ ଘଟିଥିଲା । ଏହା ଜଣାପଡୁଛି ବେଶ ଭୁଷା ବଦଳାଇଲେ କିଚି ସମୟ ପାଇଁ ନିଜ ଲୋକ ମାନେ ଚିହ୍ନିବା କଷ୍ଟକର ହୋଇପଡିବ ।

  • ସ୍ମରିଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *