JEE ପ୍ରଶ୍ନପତ୍ର ରେ ଖାଇବା ପ୍ଲେଟ…

Spread the love

ଜେଇଇ ମେନ ପ୍ରଶ୍ନ ପତ୍ର ରେ ତିଆରି ହୋଇଛି କାଗଜ ପ୍ଲେଟ। କଥାଟା ଶୁଣିଲେ କେମିତି କେମିତି ଲାଗୁଛି। ୨୦୨୧ ଜେଇଇ ମେନ ପ୍ରଶ୍ନ ପତ୍ର ତିଆରି ହୋଇଥିବା ପ୍ଲେଟ ବଜାରରେ ଉପଲବ୍ଧ। ଆପଣ ଚାହିଁଲେ ପାଇପାରିବେ । ଏହା କେବଳ କୋଟା ରେ ହିଁ ମିଳିବ । କୋଟା ଔପଚାରିକ ଭାବରେ ଜେଇଇ ସହର ଭାବରେ ଦେଶରେ ପରିଚିତ । ଖାଲି କାଗଜ ପ୍ଲେଟ କାହିଁକି କୋଟା ରେ କାନ୍ଥ ବାଡ ଠାରୁ ଆରମ୍ଭ କରି ଯେଉଁଟି ଦେଖିବେ ପ୍ରଶ୍ନପତ୍ର ମୟ ।ଯେଉଁଠି ଦେଖିବେ ହଜାର ହଜାର ସଂଙ୍ଖ୍ୟାରେ ଛାତ୍ର ଛତୁ ଫୁଟିଲା ଭଳି ଜେଇଇ କାଚିଙ୍ଗ ଅନୁଷ୍ଟାନ ।

ଦେଶର ବିଭିନ୍ନ ସହର ର ନାଁ ସହିତ ଆଉ ଏକ ସ୍ବତନ୍ତ୍ର ପରିଚୟ ଯୋଡି ହୋଇରହିଛି । ଜୟପୁର ଗୋଲାପୀ ସିଟି ହୋଇଥିବା ବେଳେ ବାଙ୍ଗଲୋର ଟେକ ସିଟି । ପ୍ରତ୍ୟକ ବର୍ଷ ହଜାର ହଜାର ଆଇଆଇଟି ଆଶାୟୀ ନିଜକୁ ଦେଶର ପ୍ରତିଷ୍ଟିତ କୋଟିଙ୍ଗ ସେଣ୍ଟରରେ ନାମ ଲେଖାଇବା ଏବଂ ଦେଶର ଆଇଆଇଟି ମଧ୍ୟ୍ୟରୁ ଗୋଟିଏ ରେ ସ୍ଥାନ ପାଇବା ପାଇଁ ସହରକୁ ଆସନ୍ତି । ଅନୁରାଗ ନିଜର ଟୁଇଟର ଆକାଉଣ୍ଟରେ ଜୁନ ୧୧ ୨୦୨୨ ଟୁଇଟ କରିଛନ୍ତି ଜେଇଇ ପ୍ରଶ୍ନପତ୍ର ରେ ତିଆରି ହୋଇଛି କାଗଜପ୍ଲେଟ ।

୧୨ ହଜାର ଅଧିକ ଲାଇକ ହୋଇଛି । କମେଣ୍ଟରେ ବହୁତ କଥା ଲେଖାଯାଇଛି । ଅଧିକାଂଶ ଲେଖିଛନ୍ତି ଯେ ଗୋଟିଏ କାଗଜ କିପରି ଛାତ୍ର ଛାତ୍ରୀ ମାନଙ୍କ କ୍ୟାରିୟର ନିର୍ମାଣ କରିଥାଏ । ଆପଣ ଯଦି କୋଟା ଓ କୋଟା ର ଛାତ୍ର ଛାତ୍ରୀ ଙ୍କ କଥା ଅଧିକ ଜାଣିବା ପାଇଁ ଚାହାଁନ୍ତି ତେବେ ୟୁଟ୍ୟୁବ ରେ କୋଟା ଫ୍ୟାକଟ୍ରି ନାମକ ୱେବ ସିରିଜ ନିଶ୍ଚିତ ଦେଖନ୍ତୁ l

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *