ବିଜେଡିକୁ ପୁଣି ଅପରାଜିତାଙ୍କ ଟାଗେର୍ଟ

ବିଜେଡିକୁ ପୁଣି ଟାଗେର୍ଟ କଲେ ସାଂସଦ ଅପରାଜିତା ଷଢଙ୍ଗୀ । ନିଜ ଟ୍ୱିଟ୍ ଜରିଆରେ ସେ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ ଓଡିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇ ସାରିଛି । ଆମ ସରକାରଙ୍କୁ ନେଇ ଲଜ୍ୟା ଅନୁଭବ ହେଉଛି । କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି । ଏହା ଚିନ୍ତାଜନକ ବିଷୟ, ୨୦୨୪ ନିର୍ବାଚନ ପରେ ଏସିତି ସରକାର ଚାଲିବନି । ଏନେଇ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରିଛନ୍ତି ଅପରାଜିତା ଷଢଙ୍ଗୀ ।

ଆହୁରି ମଧ୍ୟ ପୋଷ୍ଟଟିରେ ସେ ଲେଖିଛନ୍ତି;
ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି ଏବଂ ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି। ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ। ଏସଏଚଜି ମାଷ୍ଟର ବୁକ କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏପରି ସ୍ଥିତିରେ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ଶପଥ ନେଉଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *