ଆକାଶ ଛୁଆଁ ପରିବା ଦର: ଚିନ୍ତାରେ ଖାଉଟି

ଆକାଶ ଛୁଆଁ ପରିବା ଦର। କିଛି ମାସର ବ୍ୟବଧାନ ପରେ ପୁଣି ଥରେ ହୁ ହୁ ହୋଇ ବଢି ଚାଲିଛି ପରିବାର ଦର। ୫୦ଟଙ୍କା ଉପରେ ପ୍ରାୟ ସବୁ ପରିବାର ଦର । ତେବେ ଅହେତୁକ ଦର ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ଖାଉଟି। କିଛି ଦିନ ତଳେ ପନିପରିବାର ଦର ଯାହା ଥିଲା ଏବେ ତାହା ଢେର ବଢିଯାଇଛି। ତେବେ ନୂଆ ଫସଲ ବାହାରିବା ପାଇଁ ଆହୁରି କିଛି ଦିନ ସମୟ ଲାଗିବ। ତାହା ଆସିଲେ ଦର କମିବା ସହ ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ। କେବଳ ପନିପରିବା ନୁହେଁ ତାକୁ ତାଳ ଦେଇ ଆଳୁ, ପିଆଜ, ଅଦା, ରସୁଣ ଠାରୁ ଆରମ୍ଭ କରି ତେଲ,ଡାଲି ଓ ଚାଉଳ ଦର ମଧ୍ୟ ବୃଦ୍ଧି ପାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *