ପଶ୍ଚିମବଙ୍ଗରେ ୩୫୦୦ ଜଣ ଡ଼େଙ୍ଗୁରେ ଆକ୍ରାନ୍ତ, ୪ ମୃତ

Spread the love

କୋଲକାତା : ବର୍ଷା ସାଙ୍ଗକୁ ପଶ୍ଚିମବଙ୍ଗରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଗୁରୁବାର ସୁଦ୍ଧା ୩୫୦୦ ଜଣ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ସ୍ଵାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସବୁଠୁ ଅଧିକ ଖରାପ ସ୍ଥିତି ରହିଛି ବାଙ୍ଗଲାଦେଶ ସୀମାକୁ ଲାଗି ରହିଥିବା ଅଞ୍ଚଳରେ । ନଦିୟାର ହିରଣଘାଟ, ରାଣାଘାଟ, କୃଷ୍ଣାନଗର, ଆମଡାଂଗା ଏବଂ ଉତ୍ତର ୨୪ ପ୍ରଗଣାର ବସିରହାଟ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ହୁଗୁଳି, ହାୱଡ଼ାରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *