ଆଜି ବିଶ୍ୱ ହେପାଟାଇଟିସ ଦିବସ

ଆଜି ବିଶ୍ୱ ହେପାଟାଇଟିସ ଦିବସ। ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ଏହି ଦିବସ ପାଳନ କରାଯାଏ। ଏହି ହେପାଟାଇଟିସ ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ହୋଇଥାଏ। ଏହି ରୋଗ ଲିଭର ସହ ଜଡିତ ଏକ ସମସ୍ୟା । ଏହାର ଲକ୍ଷଣ ଆରମ୍ଭରେ ଠିକଭାବେ ବୁଝି ହୋଇନଥାଏ। ବାନ୍ତି ଲାଗିବା, ଭୋକ ଲାଗିବା, ଶରୀରରେ ଥକ୍କା ଲାଗିବ, ପେଟରେ ଯନ୍ତ୍ରଣା, ମୁଣ୍ଡରେ ଯନ୍ତ୍ରଣା ଭଳି ଦେଖାଯାଇଥାଏ। ଏହାସହ ଅସ୍ୱାସ୍ଥ୍ୟକର ଖାଦ୍ୟ, ଔଷଧ ସେବନ, ଅଧିକ ମଦ୍ୟପାନ କଲେ ହେପାଟାଇଟିସ୍ ବିପଦ ବଢି ଲିଭର ଫୁଲିଥାଏ।

ଯାହା ଫଳରେ ଲିଭର ଅଧିକ ସଂକ୍ରମଣ ହୋଇ ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ତେବେ ହେପାଟାଇଟିସ ଭାଇରସ ୫ ପ୍ରକାରର ହୋଇଥିବା ବେଳେ ହେପାଟାଇଟିସ ବି ସବୁଠାରୁ ବିପଦ ବୋଲି ଜଣାପଡିଛି। ପ୍ରତିବର୍ଷ ବହୁ ଲୋକଙ୍କର ହେପାଟାଇଟିସ ବିରେ ମୃତ୍ୟୁ ହୋଇଥାଏ। ଏହି ରୋଗର ଲକ୍ଷଣ ଭଲଭାବେ ଜଣାପଡିନଥିବା ବେଳେ ଲିଭରକୁ ସଂକ୍ରମଣ କରିଥାଏ। ସେହିପରି ଏହି ରୋଗକୁ ରୋକିବାକୁ ୧୯୮୨ ମସିହାରୁ ଟିକ୍କାକରଣ କରାଯାଉଛି। ଏହି ଟିକାକରଣ ଦ୍ୱାରା ରୋଗକୁ ସଂକ୍ରମିତ ହେବାରୁ ୯୫ ପ୍ରତିଶତ ରୋକା ଯାଇପାରିବ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *